ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆମେରିକା ଓ ଆମେରିକା ମଧ୍ୟରେ ଭାରତରେ ତିଆରି ହେଉଥିବା ହାଇଡ୍ରୋକ୍ଲୋରକ୍ୱିନ ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଏବେ ସାଧାରଣରେ କିଛି ଲୋକଙ୍କ ମନରେ ଧାରଣା ଆସି ଯାଇଛି କରୋନାର ପ୍ରତିଶେଧକ ହେଉଛି ହାଇଡ୍ରୋକ୍ସି କ୍ଲୋରକ୍ୱିନ । ଏବେ ଏହି ଔଷଧ ଏବେ ଭାରତରୁ ପାଇବା ପାଇଁ ଅନ୍ୟ କରୋନା ସହିତ ଲଢେଇ କରୁଥିବା ଦେଶ ଗୁଡିକ ଏହାକୁ ନେବା ପାଇଁ ଦାବି କରୁଛନ୍ତି । ତେବେ ଏହି ଔଷଧ ମନଇଚ୍ଛା ଖାଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ ବୋଲି ଆଜି କହିଛନ୍ତି କେନ୍ଦ୍ର ସରକାର ।
ଏହି ଔଷଧ ମନ ଇଚ୍ଛା ନଖାଇବାକୁ କହିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ସୂୂଚନା ଦେଇ କହିଛନ୍ତି ଏହା କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ରୋଗୀ ଏବଂ ସେମାନଙ୍କ ସଂଷ୍ପର୍ଶରେ ଆସୁଥିବା ଡାକ୍ତର ଓ ନର୍ସଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଆଯାଇଥାଏ । ଏହାକୁ ସାଧାରଣ ଲୋକ ଖାଇଲେ ଅନେକ ପାର୍ଶ୍ପ ପ୍ରତିକ୍ରିୟା ଦେଖାଯିବ । ଏମିତିକି ଜୀବନ ମଧ୍ୟ ଚାଲିଯାଇପାରେ । ଏହାକୁ ସାଧାରଣ ଲୋକେ ଖାଇଲେ ହୃଦରୋଗ ପରି ବଡବଡ ରୋଗ ଦେଖା ଦେଇପାରେ । ତେଣୁ ଏହାକୁ ମନଇଚ୍ଛା ନଖାଇବାକୁ ପରାମର୍ଶ ଦିଆଯାଇଛି ।