ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସହିତ ଲଢେଇ କରୁଥିବା ବେଳେ ଭାରତରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ତେବେ ଏହି ଭିତରେ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ଜମାତି ମାନେ । ଗତ ମାସରେ ନିଜାମ ଉଦ୍ଦିନ ମରକଜରେ ତବଲିଗି ଜମାତରେ ଦେଶ ଓ ବିଦେଶରୁ ବହୁ ଜମାତ ଯୋଗ ଦେଇଥିଲେ । ତେବେ ଏହିାଂରୁ ଦେଶର ବିଭିନ୍ନ ରାଜ୍ୟକୁ କରୋନା ଅଧିକ ମାତ୍ରାରେ ଗତି କରିଛି । ଏହି ଚେନରେ ରୋକ ଲଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତନାଘନା ଚଳାଇଛନ୍ତି ।
ସେମାନେ ନିଜ ତରଫରୁ ସରକାରଙ୍କୁ ନିଜ ବିଷୟରେ ସୂଚନା ଦେବାକୁ ସରକାର ମଧ୍ୟ ଅନୁରୋଧ କରୁଛନ୍ତି । ତେବେ ଗତ ୫ ଦିନ ମଧ୍ୟରେ ବିଭିନ୍ନ ସରକାରୀ ଏଜେନ୍ସି ପୁରୁଣା ଦିଲ୍ଲୀର ବଭିନ୍ନ ମସଜିଦ ଉପରେ ନଜର ରଖି ୧୦୨ ଜଣ ଜମାତୀଙ୍କୁ ଚିହ୍ନଟ କରିଥିଲେ । ମଧ୍ୟ ଦିଲ୍ଲୀର ଚାନ୍ଦିନୀ ମହଲ ଅଞ୍ଚଳରେ ୧୩ ଟି ମସଜିତରେ ଜମାତି ମାନେ ରହିଥିଲେ । ଏବେ ସେମାନଙ୍କ ନମୂନା ପରୀକ୍ଷା କରାଯିବା ପରେ ଜଣା ପଡିଛି ସେମାନଙ୍କ ମଧ୍ୟରୁ ୫୨ ଜଣଙ୍କ ଶରୀରେ କରୋନା ପଜିଟିଭ ରହିଛି ।