ଭୁବନେଶ୍ୱର ( ଏଟିଆର ବ୍ୟୁରୋ): କରୋନା ପରିସ୍ଥିତି ଲଗାତାର ଭାବେ ଗମ୍ଭୀର ହେବାରେ ଲାଗିଛି । ପ୍ରତିଦିନ ଏହି ମହାମାରୀରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ହଜାରହଜାର ଲୋକ ସଂକ୍ରମିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଭରତର କଥା ଯଦି ଦେଖିବା ଭାରତରେ ଗତ ୨୪ ଘଣ୍ଟାମ ଧ୍ୟରେ ୧୦୭୪ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିଭଳି ଗତ ୨୪ ଘଣ୍ଟାମ ଧ୍ୟରେ ସାରା ଦେଶରେ ୨୫୫୩ ଟି ନୂଆ କେସ ସାମ୍ନାକୁ ଆସିଛି । ଏହି ସଂକ୍ରମିତଙ୍କ ସଂଖ୍ୟା ମିଶିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୨ ହଜାର ୫୩୩ କୁ ବୃଦ୍ଧି ପାଇଛି ।
ସେହିଭଳି ଭବେ ଆରୋଗ୍ୟଙ୍କ କଥା ଯଦି ଦେଖିବା ଦେଶରେ ଏଯାବତ ୧୧୭୦୬ ଜଣ ରୋଗୀ ସୁସ୍ଥ ହୋଇ ସାରିଲେଣି । ୨୯୪୫୩ ଳୋକଙ୍କ ଠାରେ ଏବେ ମଧ୍ୟ କରୋନା ଭୂତାଣୁ ସକ୍ରିୟ ରହିଛି । ଏନେଇ ଗତକାଲି କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ ଅଗ୍ରୱାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏବେ ପରିସ୍ଥିତି ସମାନ୍ତରଳ ରହିଛି । ମାତ୍ର ଆଗକୁ ପରିସ୍ଥିତି କଣ ହେବ ତାହା ଆକଳନ କରିବା ମୁସ୍କିଲ । ତେଣୁ ଆମେ ସମସ୍ତେ ଯଦି ମିଳିମିଶି କରୋନା ଭୂତାଣୁ ସହିତ ଲଢେଇ କରିବା ତାହେଲେ ପରିସ୍ତିତି ନିୟନ୍ତ୍ରଣରେ ରହିପାରେ ।
ସେହିଭଳି ଆମ ରାଜ୍ୟ କଥା ଯଦି ଦେଖିବା ରାଜ୍ୟରେ ଆଜି ସକାଳ ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦ କୁ ବୃଦ୍ଧି ପାଇଛି । ଆଜି ସକାଳୁ ଆଉ ଜଣେ ପଜିଟିଭ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ରାଜରେ ଏବେ ମୋଟ ୧୦୯ ଜଣଙ୍କ ଠାରେ ସକ୍ରିୟ ରହିଥିବା ବେଳେ ୬୦ ଜଣ ବଭିନ୍ନ ପର୍ଯ୍ୟାୟରେ ସୁସ୍ଥ ହୋଇ ସାରିଲେଣି ।