ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ ପ୍ରକ୍ରିୟା । ସେଥିପାଇଁ ଲୋକଙ୍କୁ କୋୱିନ ଆପ୍ ରେ ପଞ୍ଜିକୃତ କରିବାକୁ ପଡୁଛି ଏବଂ ନିଜର ସ୍ଲଟ ବୁକ୍ କରିବାକୁ ପଡୁଛି । କିନ୍ତୁ ଆପଣଙ୍କ ଗୋଟେ ଭୁଲ ଦ୍ୱାରା କୋୱିନ ଆପ୍ ଆପଣଙ୍କୁ ବ୍ଲକ କରିପାରେ । ଆଜ୍ଞା ହଁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ ନିଷ୍ପତି ନେଇଛି କି, ଯଦି କୌଣସି ବ୍ୟକ୍ତି ବାରମ୍ବାର କୋୱିନ ଆପ୍ କୁ ଯାଇ ସ୍ଲଟ ଚେକ୍ କରୁଛନ୍ତି ବା ବାରମ୍ବାର ଓଟିପି ମାଗୁଛନ୍ତି ତେବେ ସେହି ବ୍ୟକ୍ତିଙ୍କୁ ବ୍ଲକ କରାଯାଇପାରେ ।
ଯଦି ଆପଣ ୨୪ ଘଣ୍ଟା ମଧ୍ୟରେ କୋୱିନ ଆପରେ ସ୍ଲଟ ପାଇଁ ଏକହଜାର ଥର ସର୍ଚ୍ଚ କରିଛନ୍ତି ବା ୫୦ ରୁ ଅଧିକ ଥର କୋୱିନ ଜେନେରେଟ କରିଛନ୍ତି ତେବେ ତାଙ୍କୁ ବ୍ଲକ କରିପାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧୀକରଣ । କେବଳ ଏତିକି ନୁହେଁ ଯଦି ୧୫ ମିନିଟରେ ୨୦ ରୁ ଅଧିକ ଥର ଟୀକା ସ୍ଲଟ ସର୍ଚ୍ଚ କରୁଛନ୍ତି ତେବେ ଆପେ ଆପେ ପୋର୍ଟାଲ ଲଗ୍ ଆଉଟ ହୋଇଯିବ ।