କରୋନା ଭାଇରସକୁ ନେଇ ,ଏବେ ଚାରିଆଡେ ଭୟର ବାତାବରଣ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ମହାମାରୀ ରୂପେ ଘୋଷଣା କରାଯାଇଛି । ଇତି ମଧ୍ୟରେ ଆଜି ଓଡିଶା ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ୟ୍ୟୟ ବୋଲି ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହାସହିତ ସମସ୍ତ ଦେବାଳୟ , ଜିମ୍ , ସ୍ୱିମିଙ୍ଗଫୁଲ୍, ସିନେମା ହଲ୍ ବନ୍ଦ ରହିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତାଙ୍କର ବିବୃତି ରଖିଛନ୍ତି । ମାତ୍ର ସ୍କୁଲ ଏବଂ କଲେଜ ମାନଙ୍କରେ ଚାଲିଥିବା ପରୀକ୍ଷା ଜାରି ରହିବ । ଏହାସହିତ କରୋନାକୁ ମୁକାବିଲା କରିବା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମଞୁରୀ ଦିଆଯାଇଛି । ଏହାବ୍ୟତିତ ମୁଖ୍ୟମନ୍ତ୍ରୀ ପାନ ଛେପ କୌଣସି ସ୍ଥାନରେ ନପକାଇବା ପାଇଁ ଅନୁରୋଧ କରିଛନ୍ତି । କାରଣ ଏହାଦ୍ୱାରା ସଂକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି ।
ତେବେ ଆସନ୍ତୁ ଜାଣିବା କରୋନା ଭାଇରସରୁ ରକ୍ଷା ପାଇଁ କିଭଳି ସର୍ତ୍ତକତା ଅବଲମ୍ବନ କରିବେ…
– କୌଣସି ବସ୍ତୁ ବା ଜୀବଠାରୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ ଏହି ଭାଇରସ । ସେଥିପାଇଁ ଏହା ପବନ ଦ୍ୱାରା ବ୍ୟାପେ ନାହିଁ ।
– ଏହି ଭାଇରସର ଆକାର ଚାରି ଶହରୁ ୫ଶହ ମାଇକ୍ରୋନ ହୋଇଥାଏ । ତେବେ ଯେକୌଣସି ମାସ୍କ ବ୍ୟବହାର କରି ଏହି ଭାଇରସରୁ ରକ୍ଷା ପାଇ ପାରିବେ ।
– ଏହି ଭାଇରସ ଧାତୁ ଉପରେ ପଡିଲେ ୧୨ ଘଣ୍ଟା ଯାଏଁ ଜୀବିତ ରହିଥାଏ । ସେଥିପାଇଁ କୌଣସି ସଂକ୍ରମିତ ଧାତୁକୁ ଛୁଇଁବା ପରେ ହାତକୁ ସାବୁନରେ ଭଲ ଭାବେ ଧୁଅନ୍ତୁ ।
– ଅନ୍ୟପଟେ ବସ୍ତ୍ରରେ ଏହି ଭାଇରସ ୯ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ, ସେଥିପାଇଁ ପିନ୍ଧାଯାଇଥିବା ବସ୍ତ୍ରକୁ ସାବୁନରେ ଭଲ ଭାବେ ଧୋଇ ସାରିଲା ପରେ ଖରାରେ ଶୁଖାନ୍ତୁ ।
– ସେହିପରି ହାତରେ ଏହି ଭାଇରସ ୧୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ, ସେଥିପାଇଁ ହାତରେ ସାନିଟାଇଜର ବ୍ୟବହାର କରନ୍ତୁ । ଏବଂ ବାରମ୍ବାର ହାତ ଧୋଇବା ପାଇଁ ଚେଷ୍ଟା କରନ୍ତୁ ।
– ୨୬ ରୁ ୨୭ ଡିଗ୍ରୀ ତାପମାତ୍ରରେ ଏହି ଭାଇରସ ମରିଯାଇଥାଏ, ସେଥିପାଇଁ ଗରମ ପାଣି ପିଅନ୍ତୁ ଏବଂ ଶରୀରରେ ସୂର୍ଯ୍ୟତାପ ନିଅନ୍ତୁ । ଆଇସକ୍ର୍ରିମ ଏବଂ ଥଣ୍ଡା ଜାତୀୟ ଖାଦ୍ୟରୁ ଦୂରେଇ ରୁହନ୍ତୁ ।
– ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗିଲ କରନ୍ତୁ । ଯାହାଫଳରେ ଏହି ଭାଇରସ ଫୁସ୍ ଫୁସ୍ ପର୍ଯ୍ୟନ୍ତ ପହଁଚି ପାରେ ନାହିଁ ।
– ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନକୁ ଯାଆନ୍ତୁ ନାହିଁ ।
– ସେହିପରି ଅଣ୍ଡା, ମାଛ, ମାଂସ ସେବନରୁ ଦୂରେଇ ରୁହନ୍ତୁ ।
ଶେଷରେ ସର୍ତ୍ତକତା ଅବଲମ୍ବନ କରିବା ସହ ,ଯଦି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଅନୁଭବ କରୁଛନ୍ତି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ । ଏହାସହିତ କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।