ବୁର୍ଲା (ଏଟିଆର ବ୍ୟୁରୋ): ବୁର୍ଲା ବିର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ବାସ୍ତୁକଳା ବିଭାଗର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ସୁଭମ୍ ସକ୍ସେନା ଏବଂ କୂଳପତି ଅଟଳ ଚୋଧୁରୀ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ଏହାସହିତ ଏଥିରେ ମୁଖ୍ୟ ପ୍ରଯୋଜକ ଭାବେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଓ ସହ ପ୍ରଯୋଜକ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରାଯାଇଥିଲା ।