ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଏବେ ଚୀନର ନିଦ ହଜାଇ ସାରିଲାଣି । ପ୍ରତ୍ୟକ ଦିନ ଏହି ଭାଇରସ ମୁଣ୍ଡ ନବାରେ ଲାଗିଛି । ଚୀନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ଏବେ ୩୦୪ ରେ ପହଞ୍ଚିଛି । ଚୀନରେ ଏହି ମହାମାରୀ ଏକ ପ୍ରକାର ବେକାବୁ ହୋଇ ଗଲାଣି । ଏହି ରୋଗ ଏବେ କେବଳ ଚୀନରେ ନୁହେଁ ବରଂ ସାରା ବିଶ୍ୱକୁ ବ୍ୟାପିବା ଆରମ୍ଭ କରି ଦେଲାଣି । ଅନ୍ୟ ରାଷ୍ଟ୍ର ଗୁଡିକରେ ଏହି ଭୂତାଣୁରେ କାହାର ମୃତ୍ୟୁ ହୋଇନଥିବା ବେଳେ କିନ୍ତୁ ଆକ୍ରାନ୍ତ ହେଇଥିବା ଖବର ପ୍ରକାଶ ପାଉଛି । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଭାଇରସରେ ୮ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଅଷ୍ଟ୍ରେଲିଆ ଓ ଫ୍ରାନ୍ସ ସମେତ ୭ ଟି ଏସୀୟ ଦେଶରେ ଏହି ଭୂତାଣୁ ପ୍ରବେଶ କରି ସାରିଲାଣି ।
ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଆନ୍ତର୍ଜାତୀୟ ସମସ୍ୟା ଘୋଷଣା କରିବା ପରେ ଏବେ ପ୍ରତ୍ୟକ ଚୀନରୁ ସେମାନଙ୍କ ନାଗରିକ ମାନଙ୍କୁ ପ୍ରତ୍ୟାହାର କରି ନେଉଛି । ସୂଚନାଯୋଗ୍ୟ ଗତକାଲି ଚୀନରୁ ୩୨୪ ଭାରତୀୟଙ୍କୁ ଭାରତ ଫେରାଇ ଆଣିଛି । ଭାରତ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନକୁ ଚୀନର ଉହାନ ପଠାଇଥିଲା । ଏହି ବିମାନଟି ସେଠାର ପହଞ୍ଚିବା ପରେ ସେଠାରେ ଥିବା ୩୨୪ ଭାରତୀୟଙ୍କୁ ଏୟାର ଏହି ବିମାନ ନୂଆଦିଲ୍ଲୀ ଫେରାଇ ଆଣିଛି । ଏହି ବିମାନରେ ରାମ ମନୋହର ଲୋହିଆ ହସ୍ପିଟାଲର ୫ ଜଣ ଡାକ୍ତର ଏବଂ ଜଣେ ପାରାମେଡିକାଲ୍ ଷ୍ଟାଫ୍ ଥିଲେ ।