ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ନରେନ୍ଦ୍ର ମୋଦି ଲକ୍ ଡାଉନ କୁ ନେଇ ସଂକେତ ଦେଇଛନ୍ତି । ପ୍ରକୃତରେ ଆଜି ବିପକ୍ଷ ଦଳର ନେତାଙ୍କ ସହ ମୋଦି କୋଭିଡ୧୯ କୁ ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ କରିଛନ୍ତି । ଏପ୍ରିଲ ୧୪ ରେ ଲକ୍ ଡାଉନ୍ ହଟି ନପାରେ । ଏହାର ଅବଧିକୁ ଆହୁରୀ ବଢା ଯାଇପାରେ । ପ୍ରକୃତରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ତାଲାବନ୍ଦ ଅବଧି ଆହୁରୀ ବଢା ଯାଉ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମତ ପ୍ରକାଶ ପାଇଛି । ଏହି ବୈଠକରେ ମୋଦି କହିଛନ୍ତି କି ବର୍ତ୍ତମାନର ସ୍ଥିତିକୁ ଦେଖି ଲକ୍ ଡାଉନ୍ ଅବଧି ବଢାଯାଇପାରେ ।
ଆଗାମୀ ଏପ୍ରିଲ ୧୧ ତାରିଖରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନାକୁ ନେଇ ପୁର୍ନବାର ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ । ଏହାପରେ ଜଣାପଡିବ ଲକ୍ ଡାଉନ୍ ଉଠିବ କି ନାହିଁ ।