ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ହିଂସାରେ ମୃତକଙ୍କ ସଂଖ୍ୟା ୩୩ ଛୁଇଁଲାଣି । ଏଥିରେ ଜିଟିବି ହସ୍ପିଟାଲରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଲଏନଜେପି ହସ୍ପିଟାଲରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଘଟଣାରେ ୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
ଇତିମଧ୍ୟରେ ହିଂସାଗ୍ରସ୍ତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହିତ ଉତ୍ତର-ପୂର୍ବ ଦିଲ୍ଲୀର ସ୍ଥିିତି ଉପରେ ନଜର ରଖିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତ୍ତା ଅଜିତ୍ ଡୋଭାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଶାହା ।
ଅନ୍ୟପଟେ ବୁଧବାର ଅଜିତ୍ ଡୋଭାଲ ହିଂସାଗ୍ରସ୍ତ ଅଞ୍ଚଳକୁ ବୁଲି ସେଠାକାର ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେଠାରେ ପୀଡିତଙ୍କୁ ସାନ୍ତ୍ୱନା ଦେଇ କହିଥିଲେ କି ଯାହା ହେଇଗଲା ହେଇ ଗଲା , ଏବେ ଆମେ ତୁମ ସହିତ ଅଛୁ । ଯଦି ଆପଣଙ୍କ ସୁରକ୍ଷା ପାଇଁ ଆମକୁ ଜୀବନ ଦେବାକୁ ପଡିବ ଆମେ ଦେବୁ । ଆପଣମାନଙ୍କୁ ଡରିବାର ଆବଶ୍ୟକତା ନାହିଁ । ଗୃହମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମୋତେ ଏଠାକୁ ପଠାଇଛନ୍ତି, ଡରନ୍ତୁ ନାହିଁ, ସ୍ଥିତି ନିୟନ୍ତ୍ରଣରେ ଅଛି ।