ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଦେଶର ଆଟର୍ଣ୍ଣି ଜେନେରାଲ ହେବେ ମୁକୁଲ ରୋହତଗୀ । ବର୍ତ୍ତମାନ ଆଟର୍ଣ୍ଣି ଜେନେରାଲ ପଦରେ କେକେ ବେଣୁଗୋପଳ ରହିଥିବା ବେଳେ ସେପ୍ଟମ୍ବର ୩୦ ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ । ଏହାପରେ ଅକ୍ଟୋବର ୧ ରୁ ଆଟର୍ଣ୍ଣି ଜେନେରାଲ ପଦ ସମ୍ଭାଳିବେ ମୁକୁଲ ରୋହତଗୀ । ୨୦୧୪ ରୁ ୨୦୧୭ ଯାଏଁ ଆଟର୍ଣ୍ଣି ଜେନେରାଲର ଭାର ତୁଲାଇଥିଲେ ରୋହତଗୀ । କିନ୍ତୁ ୨୦୧୭ରେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ସେ ପଦରୁ ବାହାରିଥିଲେ ।
କେକେ ବେଣୁଗୋପାଳଙ୍କ କାର୍ଯ୍ୟକାଳ ସେପ୍ଟମ୍ବର ୩୦ ରେ ସରୁଥିବା ବେଳେ ତାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ବଢାଇବା ପାଇଁ ସରକାର କହିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ରାଜି ନଥିଲେ । ସେଥିପାଇଁ କେବେ ବେଣୁଗୋପାଳଙ୍କ ସ୍ଥାନ ନେବେ କେକେ ।