ପୁଣି ନଜରକୁ ଆସିଲା ଆଉ ଜଣେ ବାବାଙ୍କ କଳାକାରନାମା । ଜଣେ ୨୪ ବର୍ଷିୟ ମହିଳା ଭକ୍ତଙ୍କୁ ମନ୍ଦିରରେ ବନ୍ଧକ ରଖି କରୁଥିଲେ ଦୁଷ୍କର୍ମ । ତେବେ କୌଶଳ କ୍ରମେ ସେଠାରୁ ଖସି ଆସି ବାବାଙ୍କ ନାଁରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ବାବାଙ୍କୁ ଗିରଫ କରିଛି । ଅଭିଯୁକ୍ତ ବାବା ଜଣକ ହେଲେ ଅଯୋଧ୍ୟାର ମନ୍ଦିର ପୂଜକ କୂର୍ଷ୍ଣଚନ୍ଦ୍ର ଆଚାର୍ଯ୍ୟ । ପୋଲିସ ବାବାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ବୋଲି ସୂଚନା ଦେଇଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବର ୨୪ ତାରିଖରେ ବାରଣାସୀରୁ ଅଯୋଧ୍ୟାର ମନ୍ଦିରକୁ ଆଧ୍ୟାତ୍ମିକ ଶିକ୍ଷା ନେବା ପାଇଁ ମହିଳା ଜଣକ ଆସିଥିଲେ । ତେବେ ମହିଳାଙ୍କୁ ମନ୍ଦିରରେ ରହିବା ପାଇଁ ବାବା ତାଙ୍କୁ କହିଥିଲେ । ମାତ୍ର ଏଥିରେ ରାଜି ହୋଇନଥିଲେ ମହିଳା । କିନ୍ତୁ ବାରମ୍ବାର ବାଧ୍ୟ କରିବା ପରେ ବାବାଙ୍କ କଥାରେ ରାଜି ହୋଇ ମନ୍ଦିର ପରିସରରେ ରହିଥିଲେ ମହିଳା । ପ୍ରଥମରୁ କାମନା ଲୋଭରେ ଥିବା ବାବା ମହିଳା ରହିବା ପରେ ଅସଲ କାମ ଦେଖାଇ ଦେଇଥିଲା । ମହିଳାଙ୍କୁ ବନ୍ଧକ ରଖି ବାରମ୍ବାର କରିଥିଲା ଦୁଷ୍କର୍ମ । ମାତ୍ର କୌଶଳ କ୍ରମେ ସେଠାରୁ ଖସି ଆସିବା ପାଇଁ ସଫଳ ହୋଇଥିଲେ । ପରେ ଥାନାରେ ଆସି ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।