ଉତରପ୍ରଦେଶ ( ଏଟିଆର ବ୍ୟୁରୋ): ଏକ ଜଳନ୍ତା କାର ମଧ୍ୟରୁ ଆମ୍ ଆଦମି ପାର୍ଟି ନେତା ନବୀନ ଦାସଙ୍କ ପୋଡ଼ା ମୃତଦେହ ଉଦ୍ଧାର କରିଛି ଉତ୍ତରପ୍ରଦେଶ ପୋଲିସ । ଶାହିବାବାଦ ଠାରୁ ଲୋନି ଯିବା ରାସ୍ତାର ଭୋପ୍ରା ଠାରେ ଏକ ନିଚ୍ଛାଟିଆ ଜାଗାରୁ କାରଟିକୁ ଉଦ୍ଧାର କରିଛି ପୋଲିସ । କାରରେ ନିଆଁ ପାଖାପାଖି ରାତି ୨.୩୦ରେ ଲାଗିଥିବା ପୋଲିସ କହିଛି ।
ନବୀନ ଦାସଙ୍କ ମୃତଦେହ ଡ଼୍ରାଇଭର ସିଟ୍ରୁ ଉଦ୍ଧାର କରାଯିବା ସହ ଏକ ମୋବାଇଲ ଫୋନ୍କୁ ମଧ୍ୟ ଜବତ କରିଛି ପୋଲିସ ।ନବୀନଙ୍କ ପରିବାର ଲୋକଙ୍କ କହିବାନୁଯାୟୀ କାରଟିର ଚାବି ମିଳୁନି । ଯିଏବି ଏହି ଘଟଣା ଘଟାଇଛି ସେ ନବୀନଙ୍କୁ ନିଚ୍ଛାଟିଆ ସ୍ଥାନକୁ ଡ଼ାକିଛି ଏବଂ କାର ମଧ୍ୟରେ ତାଙ୍କୁ ବନ୍ଦକରି ନିଆଁ ଲଗାଇ ଦେଇଛି । ଏହି ଘଟଣାକୁ କେନ୍ଦ୍ରକରି ସାହିବାବାଦ ପୋଲିସ ଷ୍ଟେସନରେ ଏକ ଅପରାଧିକ ମାମଲା ରୁଜ୍ଜୁ କରାଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମୃତ ନବୀନଙ୍କ ବାସଭବନକୁ ଯାଇ ପରିବାର ଲୋକଙ୍କୁ ସମବେଦନା ଞାପନ କରିଛନ୍ତି ।