ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): କିଏ ଜାଣିଥିଲା ଏମିତି ହେବ । କାମ ସାରି ଘରକୁ ଫେରୁଥିବା ବେଳେ ଅଧାବାଟ ହେବ ଶେଷ ଠିକଣା । ମୋ ଗାଡି ଖରାପ ହୋଇ ଯାଇଛି । ମତେ ଭାରି ଭୟ ଲାଗୁଛି । ମୁଁ କଣ କରିବି କିଛି ଜାଣିପାରୁନାହିଁ । ମୁଁ ଏକା ରାସ୍ତାରେ ଏହା ହିଁ ଥିଲା ଶେଷ କଲରେ ତାଙ୍କର ଶେଷ କଥା । ନାଁ ତା ପରେ ଆଉ ଫୋନ ଲାଗିଲା ନାଁ ଯୋଗାଯୋଗ । ହଠାତ ବାଟ ମଝିରୁ ସେ ଉଭାନ ହୋଇଗଲେ । ସାରା ରାତି ପରିବାର ଲୋକ ଯେତେ ଖୋଜା ଖୋଜି କଲେ ମଧ୍ୟ ମିଳିଲା ନାହିଁ ଠିକଣା । ଆଉ ସକାଳୁ ମିଳିଲା ଅଧା ପୋଡା ମୃତ ଦେହ । ହାଇଦ୍ରା ବାଦରେ ଜଣେ ଡାକ୍ତରୀ ମହିଳାଙ୍କ ସହିତ ଘଟିଥିବା ଏହି ଲୋମ ଟାଙ୍କୁରା ଘଟଣାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତେବେ ଆସନ୍ତୁ ଜାଣିବା କ’ଣ ଥିଲା ସେହି କାଳ ରାତିର ନାଗ ଫାସ
କିଭଳି ଜଣେ ଝିଅର ଅସହାୟତାର ସୁଯୋଗ ନେଇ ଦେହର ଭୋକ ମେଣ୍ଟାଇଥିଲେ ନରରାକ୍ଷଶ
ସେଦିନ ଥାଏ ୨୭ . ୧୧. ୨୦୧୯ ବୁଧବାର । ରାତି ୯ ଟା । ଡାକ୍ତର ପ୍ରିୟଙ୍କା ରେଡ୍ଡୀ । ନିଜର କାର୍ଯ୍ୟ ସାରି ଘର ଅଭିମୁଖେ ବାହାରନ୍ତି । ହେଲେ ଯେତେବେଳେ ସେ ତେଲେଙ୍ଗେନାର ସାମାବାଦ ତଣ୍ଡୁପଲ୍ଲୀ ଟୋଲ ଗେଟ ନିକଟରେ ପୂର୍ବରୁ ଥୋଇଥିବା ତାଙ୍କ ସ୍କୁଟି ପାଖକୁ ଯାଆନ୍ତି ସେତେବେଳେ ସେ ଜାଣିବାକୁ ପାଆନ୍ତି ତାଙ୍କ ସ୍କୁଟି ପନଚର ହୋଇଯାଇଛି । ରାତି ବଢିବାକୁ ସ୍କୁଟି ପନଚର ଏକ ପ୍ରକାର ତାଙ୍କୁ ବିଚଳିତ କରିଦିଏ । ସେ ହଡ ବଡେଇ ଯାଆନ୍ତି , କଣ କରିବେ କେମିତି ଯିବେ । ଏହି ପୁରା ଘଟଣାକୁ ପୂର୍ବରୁ ଥୁଆ ହୋଇଥିବା ଟ୍ରକରେ ଚାରିଜଣ ପିଶାଚ ଏହାକୁ ନଜର କରୁଥାନ୍ତି । ଆଉ ଉଣ୍ଡୁ ଥାଆନ୍ତି ସୁଯୋଗ । ଅସହାୟତାର ସୁଯୋଗ ନେଇ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ପାଖକୁ ଯାଆନ୍ତି ମୁଖ୍ୟ ଅଭିଯୁକ୍ତ ମହମ୍ମଦ ପାସା । ସେ ଯାଇ ମହିଳା ଡାକ୍ତରଙ୍କୁ ସହଯୋଗର ହାତ ବଢାନ୍ତି । ପାଖରେ କୌଣସି ଦୋକାନ ନାହିଁ ଆଗରେ ଆଗରେ ଦୋନାନ ଅଛି । ଆପଣ ମୋ ସହ ଆସନ୍ତୁ ମୁଁ ଆପଣଙ୍କୁ ସେଇ ଦୋକାନ ପର୍ଯ୍ୟନ୍ତ ନେଇ ଯିବି । କୌଣସି ଉପାୟ ନ ପାଇଁ ପ୍ରିୟଙ୍କା ତାଙ୍କ ସହିତ ଆଗେଇ ଚାଲନ୍ତି । ପୂର୍ବ ଯୋଜନା ମୁତାବକ ଅନ୍ୟ ୩ ଜଣ ଯୁବକ ଆଗରେ ଅପେକ୍ଷା କରିଥାନ୍ତି ।
ଏହି ଭିତରେ ପ୍ରିୟଙ୍କା ନିଜ ଭଉଣୀଙ୍କୁ ମଧ୍ୟ ଫୋନ କରି ସାରିଥାନ୍ତି । ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିବା ଯୁବକଙ୍କ ହାବ ନାବ ତାଙ୍କୁ ଠିକ ଲାଗୁ ନାହିଁ । ମୁଁ ଏକା, ମତେ ଭାରି ଡର ଲାଗୁଛି । ଭଉଣୀ ଉତ୍ତର ଦିଅନ୍ତି ତୁ ସ୍କୁଟି ଥୋଇ ସେଇଠୁ କ୍ୟାବ ବୁକ କରି ଚାଲିଆ । ଏପଟେ ଦେହର ଭୋକ ମେଣ୍ଟାଇବା ପାଇଁ ଚାରି ନରରାକ୍ଷଶ ନୀଳ ନକ୍ସା ପ୍ରସ୍ତୁତ କରି ସାରିଛନ୍ତି । ଏକୁ ଟିଆର ସୁଯୋଗ ନେଇ ଶେଷରେ ଝାମ୍ପିୂ ପଡନ୍ତି ଚାରି ରାକ୍ଷଶ । ଆଉ ଭୁଲି ଯାଆନ୍ତି ମାନବିକତା । ଏତିକିରେ ବି ମନ ବୁଝେନି । ତଣ୍ଟି ଚିପି ହତ୍ୟା କରନ୍ତି ଡାକ୍ତର ପ୍ରିୟଙ୍କାକୁ । ଆଉ ପ୍ରମାଣ ଲୁଚାଇବାକୁ ଆରମ୍ଭ ହୁଏ ଯୋଜନା । ଶେଷରେ ନିଜ ଟ୍ରକରେ ସେଠାରୁ ୩୦ କିଲୋମିଟର ହାଇଦ୍ରାବାଦ – ବାଙ୍ଗାଲୋର ୪୪ ନଂ ଜାତୀୟ ରାଜ ପଥରେ ଫୋପାଡି ଦେଇ ଡିଜେଲ ଢାଳି ନିଆଁ ଲଗାଇ ପୋଡି ଦିଅନ୍ତି ।
ତା ପର ଦିନ ସକାଳେ ସେଇବାଟ ଦେଇ ଯାଉଥିବା ଜଣେ କ୍ଷୀରବାଲା ଏନେଇ ଗ୍ରାମବାସୀଙ୍କୁ ସୂଚନା ଦିଅନ୍ତି । ପରେ ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରେ । ପ୍ରିୟଙ୍କାଙ୍କ ପରିବାର ଲୋକ ପହଞ୍ଚି ଅର୍ଧଦଗ୍ଧ ଶରୀରରେ ଲାଗିଥିବା ଗଣେଷ ଲକେଟରୁ ପ୍ରିୟଙ୍କାକୁ ଜାଣିବାକୁ ପାଆନ୍ତି । ପୋଲିସ ଟୋଲଗେଟ ସିସି ଟିଭିୂ ଫୁଟେଜରୁ ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନେ ସ୍ୱୀକାର କରିଛନ୍ତି ଏମିତି କାଣ୍ଡ ଘଟାଇବା ପାଇଁ ସେମାନେ ସ୍କୁଟିକୁ ପନଚର କରିଥିଲେ । ତେବେ ଏହି ଘଟଣାକୁ ନେଇ ପୁରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।