ଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପୁଣି ଜବତ ହେଲା ନୀରବ ମୋଦିଙ୍କ ସମ୍ପତି । ବ୍ୟାଙ୍କ ଋଣରେ ଖୀଲାପ କରିଥିବା ନୀରବ ମୋଦୀଙ୍କୁ ଲାଗିଲା ଝଟକା । ନୀରବ ମୋଦୀଙ୍କ ୨୫୫ କୋଟି ଟଙ୍କାର ସମ୍ପତିକୁ ଜବତ କଲା ଇଡି । ଆଜି ହଂକଂ ସ୍ଥିତ ନିରବ ମୋଦୀଙ୍କ ୨୫୫ କୋଟି ଟଙ୍କାର ସମ୍ପତିକୁ ପ୍ରବତ୍ତନ ନିର୍ଦ୍ଦେଶାଳୟ ଆଟାଚ କରିଛି । ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆକ୍ଟ ଅନୁଯାୟୀ ହଂକଂରେ ଥିବା ନିରବଙ୍କ ସମ୍ପତ୍ତିକୁ ଇଡି ଜବତ କରିଛି।
ସୂଚନାଯୋଗ୍ୟ ଯେ , ପଞ୍ଜାବ ନେସନାଲ ବ୍ୟାଙ୍କରେ ଘଟିଥିବା ୧୪ ହଜାର କୋଟି ଟଙ୍କାର ଠକେଇ ଅଭିଯୋଗରେ ଆଜି ଇଡି ଏପରି କାର୍ଯ୍ୟାନୁଷ୍ଟାନ ନେଇଛି । ନିରବ ମୋଦୀ ଓ ତାଙ୍କ ମାମୁ ୧୪ ହଜାର ଟଙ୍କା ଋଣ ନେଇ ଫେରାଇ ଥିବା ଅଭିଯୋଗରେ ତାଙ୍କ ପ୍ରତି ଏପରି କାର୍ଯ୍ୟନୁଷ୍ଟା ନ ନିଆଯାଉଥିବା ଜଣାପଡିଛି । ପୂର୍ବରୁ ନିରବ ମୋଦୀଙ୍କ ପାଖାପାଖି ୪,୭୭୪ କୋଟି ଟଙ୍କାର ସମ୍ପତି ଇଡି ପକ୍ଷରୁ ଜବତ କରାଯାଇଛି ।