ଜଣେ ତୃତୀୟ ଶ୍ରେଣୀ ଛାତ୍ରୀ ଦୁଷ୍ମର୍ମର ଶିକାର ହୋଇଛି । ତେବେ ଏହି ଦୁଷ୍ମର୍ମ କରିଛି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଏବଂ ତାର ଅନ୍ୟ ଜଣେ ସାଙ୍ଗ । ଦୁହେଁ ମିଶି ନାବାଳିକାକୁ ଦୁଷ୍ମର୍ମ କରିଥିବାରୁ ଅଭିଯୋଗ ଆସିଛି । ତେବେ ଏଭଳି ଏକ ଲଜ୍ୱାଜନକ ଖବର ଆସିଛି ଭୋପାଳର ଗୋବିନ୍ଦାପୁରା ଅଞ୍ଚଳରେ । ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ଫେରାର ଥିବା ଜଣା ପଡିଛି । ପୋଲିସ ଏହି ଖବର ପାଇବା ପରେ ଅଭିଯୁକ୍ତ ନାବାଳକ ଖେଜେୁଛି ।
ପୋଲିସ ରିପୋର୍ଟ ଅନୁଯାୟୀ ପିଡିତା ଛାତ୍ରୀ ଏବଂ ଅଭିଯୁକ୍ତ ଛାତ୍ର ଗୋଟିଏ ବିଦ୍ୟାଳୟରେ ପାଠ ପଢନ୍ତି । ଦୁହେଁ ପଡୋଶୀ ହୋଇଥିବା କାରଣରୁ ସାଙ୍ଗ ହୋଇ ସ୍କୁଲକୁ ଯିବା ଆସିବା କରୁଥିଲେ । ତେବେ ଘଟଣା ଘଟିବା ଦିନ ଦୁହେଁ ସାଙ୍ଗ ହୋଇ ସ୍କୁଲରୁ ଫେରିବା ବେଳେ ନାବାଳକର ମନରେ ପାପ ଚିନ୍ତା ଆସିଥିଲା । ଫଳରେ ତାର ଜଣେ ସାଙ୍ଗ ସହାୟତାରେ ବାଟରେ ଆସୁଥିବା ଏକ ନିଛାଟିଆ ସ୍ଥାନକୁ ନେଇ ଦୁହେଁ ଦୁଷ୍କର୍ମ କରିଥିଲେ । ତେବେ ଏହି କଥା ଯଦି କାହା ଆଗରେ କହିବ ତାହେଲେ ମାଡ ମାରିବାର ଭୟ ଦେଖାଇଥିଲେ ।
ମାଡ ଭୟରେ ନାବାଳିକାଟି କାହାକୁ କିଛି କହିନଥିଲା । ମାତ୍ର ଘରେ ରାତିରେ ଶୋଇଥିବା ସମୟରେ ପେଟ କାଟିବାରୁ ମାଙ୍କ ଆଗରେ ସବୁ କଥା କହିଥିଲେ । ପରେ ପରିବାର ଲୋକ ଥାନାରେ ଯାଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ନାବାଳିକାର ଡିଏନଏ ଟେଷ୍ଟ କରିବା ପରେ ନାବାଳକ ନାଁରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ।