ବିିହାର (ଏଟିଆର ବ୍ୟୁରୋ):ରାଜ୍ୟ ଓ କେନ୍ଦ୍ର ସରକାର ଯୌନଶୋଷଣ ରୋକିବା ପାଇଁ ବିଭିନ୍ନ ଦିଗରେ ପଦକ୍ଷେପ ନେଉଥିଲେ ବି ଏହାର କିଛି ପ୍ରଭାବ ପଡୁନାହିଁ । ବିହାରର ଏକ ସ୍କୁଲରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ଅଧ୍ୟକ, ଶିକ୍ଷକ, ସହପାଠୀ ଦୀର୍ଘସାତ ମାସ ଧରି ଦୁଷ୍କର୍ମ କରି ଚାଲିଥିବା ଘଟଣା ଲୋକଲୋଚନକୁ ଆସିଛି । ଏଭଳି ନିନ୍ଦନୀୟ ଘଟଣା ବିହାରର ଚପଲାର ଏକମା ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ସୂଚନାନୁସାରେ, ବିହାରର ଏକ ସ୍କୁଲରେ ଉକ୍ତ ନାବାଳିକା ଜଣକ ପାଠପଢୁଥିଲେ । ତେବେ ସାତ ମାସ ପୂର୍ବରୁ ଜଣେ ସହପାଠୀ ତାଙ୍କୁ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କୁ ଧମକ ଦିଆଯାଇଥିବାରୁ ସେ କହାକୁ କହୁନଥିଲେ । ହେଲେ ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଲା । ଛାତ୍ରୀଙ୍କୁ ନିଜର ୧୫ ଜଣ ସହପାଠୀ ସହ ୨ ଜଣ ଶିକ୍ଷକ ଓ ଅଧ୍ୟକ ସମେତ ମୋଟ ୧୮ ଜଣ ଦୁଷ୍କର୍ମ କରିଥିବା ଜଣାପଡିଛି । ଏହି ଘଟଣା ଚପଲାର ଏକମା ପୋଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଆଉ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି ।