ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ); ନିର୍ଦ୍ଦୟ ହେଲା ମଦୁଆ ସ୍ୱାମୀ । ନିଜେ ରୋଜଗାର ନକରି ସ୍ତ୍ରୀ ପଇସାରେ ଚଳୁଥିଲା । ଶେଷରେ ସ୍ତ୍ରୀ ପଇସା ଦେବାକୁ ମନା କରିବାରୁ କାନ କାଟି କାନ ଫୁଲ ନେଇ ମଦ ପିଇଦେଲା ସ୍ୱାମୀ । ମହିଳା ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ମହିଳା ଥାନାରେ ଏତଲା ଦେବା ପରେ ପୋଲିସ ମଦୁଆ ସ୍ୱାମୀକୁ ଗିରଫ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଅଞ୍ଚଳରେ ।
ସୂଚନା ମୁତାବତ ମହିଳା ଜଣକ ପାନ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ । ମଦୁଆ ସ୍ୱାମୀ ଘରର କିଛି ବି କାମ କରୁନଥିଲା । କିନ୍ତୁ ସବୁବେଳେ ମଦ ନିଶାରେ ରହୁଥିଲା । ସ୍ତ୍ରୀ ପାଖରୁ ପଇସା ନେଇ ମଦ ପିଉଥିଲା । ତେବେ ଗତକାଲି ରାତିରେ ସ୍ତ୍ରୀକୁ ପଇସା ମାଗିବାରୁ ମନା କରିଦେଇଥିଲେ । ମନା କରିବା ପରେ ରାଗିଯାଇ ସ୍ତ୍ରୀର କାନ କାଟି କାନଫୁଲ ନେଇ ଯାଇଥିଲା ମଦୁଆ । କାନ କାଟିବା ପରେ ପାଟକରି ଚିକ୍ରାର କରିଥିଲେ ମହିଳା । ପଡୋଶୀ ଲୋକ ଧାଇଁ ଆସି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ ।