ପୁଣି ଏକ ଲଜ୍ଜ୍ୟା ଜନକ ଖବର ସାମ୍ନାକୁ ଆସିଛି । ଜଣେ ବାପ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରୁଥିବାର ଅଭିଯୋଗ ହୋଇଛି । ଗତ ପାଞ୍ଚବର୍ଷ କାଳ ଏଭଳି ଯୌନ ଶୋଷଣର ଶିକାର ହେଉଥିଲା ଝିଅଟି । ଘଟଣାରେ ପୋଲିସ ଖବର ପାଇବା ପରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ତା ଘରେ ପହଁଚିଥିଲା । ସେହି ସମୟରେ ବି ଝିଅକୁ ଦୁଷ୍କର୍ମ କରିଚାଲିଥିଲା ବାପ । ଯାହାକୁ ଦେଖିବା ପରେ ପୋଲିସ୍ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଏଭଳି ଏକ ଦୃଶ୍ୟ ନାଗପୁରରେ ଦେଖିବାକୁ ମିଳିଛି ।
ପୋଲିସର ସୂଚନାନୁଯାୟୀ, ଝିଅଟିକୁ ଜନ୍ମ ଦେବା ପରେ ମା’ ଦ୍ୱିତୀୟ ବିବାହ କରିଥିଲା । ବାପ ସର୍ବଦା ମଦ ପିଉଥିଲା ।
ପୀଡିତାର ବୟାନ ଅନୁଯାୟୀ ବାପା ସବୁବେଳେ ଘରକୁ ମଦ ପିଇ ଆସୁଥିଲା ଏବଂ ମୋର ଯୌନ ଶୋଷଣ କରୁଥିଲା । ମୁଁ ମନା କଲେ ମତେ ମାର୍ ପିଟ୍ କରୁଥିଲା ।
ଗୋଟେ ଦିନ ବାପ ନାବାଳିକା ଝିଅ ସହିତ ଜବରଦସ୍ତ ସମ୍ବନ୍ଧ ରଖିବା ବେଳେ, ଝିଅଟି ଚିତ୍କାର କରିଥିଲା । ଝିଅର ଚିତ୍କାର ଶୁଣି ପଡୋଶୀ ସନ୍ଦେହ କରିଥିଲେ କି ଝିଅକୁ କିଏ ମାରୁଛି ବୋଲି । ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାରେ ପୋଲିସ ପହଁଚି ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ପୋଲିସକୁ ଦେଖି ବାପ ଡରିଯିବା ସହ ଝିଅଟି ପୋଲିସ ପାଖକୁ ଧାଇଁ ଯାଇଥିଲା । ପୋଲିସ ଅଭିଯୁକ୍ତକୁ ଗିରିଫ କରିନେଇଛି । ବର୍ତ୍ତମାନ ପୀଡିତା ପୋଲିସ୍ ଅଧିନରେ ରହିଛି ଏବଂ ଘଟଣାରେ ଛାନ୍ ଭିନ୍ ଜାରି ରହିଛି ।