ଗୁଜୁରାଟ (ଏଟିଆର ବ୍ୟୁରୋ); ପରକିଆ ପ୍ରୀତି ଅପରାଧ ଦୁହେଁ । ସୁପ୍ରିମକୋର୍ଟ ଏହି ଖୁଲମଖୁଲା ଚାଲିଛି ଅନୈତିକ ପ୍ରେମ ସମ୍ପର୍କ । ଯେଉଁ କାରଣରୁ ସୃଷ୍ଟି ହେଉଛି ଅପ୍ରିତିକର ପରିସ୍ଥିତି ଏବଂ ଚାଲିଯାଉଛି ଜୀବନ । ତେବେ ଗୁଜୁରାଟରୁ ପୁଣିଥରେ ଏଭଳି ଘଟଣା ନଜରକୁ ଆସିଛି । ସ୍ତ୍ରୀର ତିନିଜଣଙ୍କ ସହ ସମ୍ପର୍କଥିବା କଥା ଜାଣିବା ପରେ ବାରଣ କରିଥିଲେ କିନ୍ତୁ ମହିଳା ଏଥିରୁ ବିରତ ନହୋଇ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଶେଷରେ ନିର୍ଯ୍ୟାତନାକୁ ସହିନପାରି ଦେହରେ କରେଣ୍ଟ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତକ ଜଣକ ହେଲେ ପ୍ରହଲ୍ଲାଦ ମାହେଶ୍ୱରୀ । ତେବେ ମରିବାର ତିନିମାସ ପରେ ମହିଳାଙ୍କ ଭାଇ ଥାନାରେ ଏତଲା ଦେବା ପରେ ପୋଲିସ ସମ୍ପୃକ୍ତ ମହିଳା ଏବଂ ତିନି ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଜାରି କରିଛି ।
ପୋଲିସ ରିପୋର୍ଟ ଅନୁଯାୟୀ ଗାନ୍ଧୀଧାମ ବି ଡିଭିଜନ ଥାନା ଅଞ୍ଚଳରେ ପ୍ରହଲ୍ଲାଦ ଏବଂ ତାଙ୍କ ସ୍ତ୍ରୀ ଧନବାଇ ରହୁଥିଲେ । ସେ ଅଞ୍ଚଳରେ ଥିବା ତିନିଜଣ ଯୁବକ ରବି ଶଙ୍କର ମାହେଶ୍ୱରୀ,ମହେଶ ମାହେଶ୍ୱରୀ ,ଏବଂ ନରସିନ କୋଲିଙ୍କ ସହ ପ୍ରରକିଆ ପ୍ରୀତି ଚାଲିଥିଲା । ତେବେ ଏମାନେ ମହିଳାଙ୍କ ସ୍ୱାମୀ ନଥିବା ବେଳେ ଘରେ ପଶି ଅନୈତିକ କାମ କରୁଥିଲେ । ଏହି କଥା ଜାଣିବା ପରେ ପ୍ରହଲ୍ଲାଦ ଏହାକୁ ବିରୋଧ କରିଥିଲେ । ମାତ୍ର ଏହାର କୈାଣସି ପ୍ରଭାବ ପଡିନଥିଲା ।
ସ୍ୱାମୀଙ୍କ କଥା ମାନିବ ବଦଳରେ ତିନି ପ୍ରେମିକଙ୍କୁ ସ୍ୱାମୀଙ୍କୁ ଗାଳି କରିବା ପାଇଁ ତାଗିଦ କରିଥିଲେ । ଫଳରେ ଅଭିଯୁକ୍ତ ତିନିଜଣ ସବୁବେଳେ ପ୍ରହଲ୍ଲାଦଙ୍କୁ ବାଟଘାଟରେ ଧମକ ଚମକ ଦେବା ସହ ଗାଳି କରୁଥିଲେ । ଶେଷରେ ଏହି ନିର୍ଯ୍ୟାତନାକୁ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ଭାଇ । ଏହି ଅଭିଯୋଗ ଆଧାରରେ ୪ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।