ଦେହ ଲୋଭିଙ୍କ ଆଗରେ କେହି ବି ବାଦ ପଡୁନାହାଁନ୍ତି । ସେ ମହିଳା ହୁଅନ୍ତୁ ବା ନାବାଳିକା । ଦେହର ଭୋକ ମେଣ୍ଟେଇବାକୁ ଯାଇ ମଣିଷରୁ ପଶୁ ପାଲଟି ଯାଉଛନ୍ତି । ତେବେ ଏଭଳି ଏକ ଘଟଣା ନଜରକୁ ଆସିଛି । ଯାହାକି ମାନବିକତାର ଶେଷ ସୀମା ପାର ହେଲା ଭଳି ଅନୁଭବ ହେଉଛି । ଜଣେ ୧୩ ବର୍ଷୀୟ ନାବାଳିକାକୁ ୪ ଜଣ ଯୁବକ କରୁଥିଲେ ଦୁଷ୍କର୍ମ । ତେବେ ପିଡିତା ମା ଥାନାରେ ଏତଲା ଦେଉଥିଲେ । ଏହି ଏତଲା ଆଧାରରେ ଶାନ୍ତି ନଗର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେପଟେ ଏହି ଘଟଣାରେ ଜଡିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇ ଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟ ; ଏହି ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଲା ଜଣେ ମନୋହରି ଦୋକାନୀ । ନାବାଳିକାଟି ସବୁବେଳେ ଏହି ଦୋକାନୀଙ୍କ ଦୋକାନକୁ ଯାଉଥିଲା ମେକଅପ ସାମାନ କିଣିବା ପାଇଁ । ଏଣୁ ଦୋକାନୀ ସହିତ ନାବାଳିକାର ଭଲ ସମ୍ପର୍କ ହୋଇ ଯାଇଥିଲା । ଯାହାର ଫାଇଦା ଉଠାଥିଲା ଦୋକନୀ । ତେବେ ଦୋକନୀ ନାବାଳିକାଙ୍କୁ ନିଜ ଘରକୁ ଯିବା ପାଇଁ କହିଥିଲା । ନାବାଳିକାଟି କିଛି ନ ବୁଝି ତା ଘରକୁ ଯାଇଥିଲା । ତେବେ ମନରେ ଖରାପ ଭାବନାଥିବା ଦେବାନୀ ଜଣକ ଘରକୁ ଯିବା ପରେ ଅସଲ ପରିଚୟ ଦେଖାଇ ଦେଇଥିଲା ।
ଘରକୁ ନେବା ପରେ ଦୋକାନୀ ଜୋର ଜବରଦସ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲା । ତେବେ ଏହି ଦୁଷ୍କର୍ମ ସମୟରେ ଅନ୍ୟ ତିନି ଜଣ ଲୁଚି ଭିଡିଓ ରେକଡିଂ କରୁଥିଲେ । ଏବଂ ସେମାନେ ପରବର୍ତ୍ତୀ ସମୟରେ ବାହାରେ ଭାଇରାଲ କରାଇ ଦେବୁ କହି ବ୍ଳାକମେଲିଂ କରୁଥିଲେ । ତେବେ ତୁ ଯଦି ଆମ ସହ ଦେହର ସମ୍ପର୍କ ରଖିବୁ ଆମେ କାହାକୁ ଭିଡିଓ ଦେଖେଇବୁ ନାହିଁ କହିଥିଲେ ଅଭିଯୁକ୍ତମାନେ । ଏହି ଭିଡିଓ ଭାଇରାଲର ଭୟ ଦେଖଢାଇ ଦୀର୍ଘ ୭ ମାସ ହେବ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲେ ।
ନାବାଳିକାର ମା ଝିଅର ହାବଭାବ ଦେଖିବା ପରେ ଝିଅ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଥିବା ଅନୁମାନ କରିଥିଲେ । ଫଳରେ ଝିଅକୁ ଡରେଇ ପଚାରିବା ପରେ ଝିଅ ସବୁ କଥା କହିଥିଲା । ପରେ ମା ଏବଂ ଝିଅ ମିଶି ଥାନାକୁ ଯାଇ ଏତଲା ଦେବା ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଜଣେ ଫେରାର ହୋଇଥିବା ଅଭିଯୁକ୍ତକୁ ପୋଲିସ ଖୋଜୁଥିବା ସୂଚନା ଦେଇଛି ।