ଦିଲ୍ଲୀ(ଏଟିଆର ବ୍ୟୁରୋ); ପୁଷ୍ପେସୁ ମଲ୍ଳୀ ନଗରେସୁ ଦିଲ୍ଲୀ । ଫୁଲ ଭିତରେ ମଲ୍ଲୀ ଯେପରି ସୁବାସିତ ବାସ୍ନା ଦେଇଥାଏ ନଗର ଭିତରେ ଦିଲ୍ଲୀର ସେମତି ମଧ୍ୟ ଚାହିଦା ରହିଛି । କିନ୍ତୁ ଏହି ନଗରୀର ଏଭଳି ଏକ ନଜର ଆସିଛି ଯାହାଦ୍ୱାରା କି ଲଜ୍ୟା ଲାଗିବ । ମିଳିଥିବା ସୂଚନା ମୁତାବକ ଉତ୍ତମ ନଗରୀରେ ଥିବା ଏକ ପବ୍ଳିକ ସ୍କୁଲରେ ପଢ଼ୁଥିବା ଜଣେ ପଞ୍ଚମ ଶ୍ରେଣୀରେ ଛାତ୍ରୀଙ୍କୁ ସେହି ସ୍କୁଲରେ ଥିବା ଜଣେ ଗାର୍ଡ ବାର୍ଥରୁମରେ ଦୁବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗର ଶିକାର ହୋଇଥିବା ଗାର୍ଡ ଜଣେ ନାବାଳକ ବୋଲି ଜଣା ପଡିଛି । ଏବେ ପ୍ରଶ୍ନ ଉଠିଛି କି ନାବାଳକକୁ କିପରି ସ୍କୁଲରେ ଚାକିରୀ କରିବା ପାଇଁ ସୁଯୋଗ ଦିଆଯାଇଥିଲା । ୧୬ ବର୍ଷର ଜଣେ ବାଳକକୁ କିପରି ଗାର୍ଡ ପାଇଁ ନିଯୁକ୍ତି ଦିଆଯାଇଛି ଏଣୁ ଏଥିରୁ ସ୍ପଷ୍ଠ ଜଣାପଡୁଛି କି ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି ଘଟଣା ସମ୍ପର୍କରେ ଘରକୁ ଫେରିବା ପରେ ନିଜ ପରିବାର ଆଗରେ ସବୁ କଥା କହିବା ପରେ ପୋଲିସରେ ଏତଲା ଦିଆଯାଇଥିଲା । ଏହି ଏତଲା ଆଧାରରେ ଅଭିଯୁକ୍ତକୁ ଗିରଫ କରିବା ସହ ଅଧିକ ସତ ପାଇଁ ତଦନ୍ତ ଜାରି କରିଛନ୍ତି ପୋଲିସ ।