ମୁମ୍ବାଇ (ଏଟିଆର ବ୍ୟୁରୋ); ୧୬ ବର୍ଷରୁ କମ କ୍ରିକେଟ ସର୍ବଭାରତୀୟ ମ୍ୟାଚରେ ମୁମ୍ବାଇର ନେତୃତ୍ୱ ନେଇଥିବା ଅଧିନାୟକଙ୍କୁ ୩ ବର୍ଷ ପାଇଁ ନିଲମ୍ବିତ କରାଯାଇଛି । ତେବେ ସେ ଖେଳାଳି ହେଲେ ମୁସୀର ଖାନ । ଡ୍ରେସିଂ ରୁମରେ ସାଥୀ ଖେଳାଳିଙ୍କ ସହ ଅଶୋଭନୀୟ ପ୍ରଦର୍ଶନ କରିବା ଅଭିଯୋଗରେ ତାଙ୍କୁ ୩ ବର୍ଷ ବାସନ୍ଦ କରିଛି ବୋର୍ଡ । ମୁସୀରଙ୍କ ବିରୋଧରେ ଲାଗିଛି ଯୌନ କେଳେଙ୍କାରୀ ଅପରାଧ । ତେବେ ମୁସୀର ପ୍ରଥମ ଭାରତୀୟ ଖେଳାଳି ଯାହାଙ୍କ ନାମରେ ଲାଗିଛି ଯୌନ କେଳେଙ୍କାରି ଅପରାଧ । ତେବେ ତାଙ୍କ ଉପରେ ୨୦୨୨ ଜାନୁଆରୀ ୧୪ ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ।
ସୂଚନା ଅନୁଯାୟୀ ୧୬ ବର୍ଷରୁ କମ ସର୍ବଭାରତୀୟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ମୁସୀର ମୁମ୍ବାଇ ଦଳର ନେତୃତ୍ୱ ନେଇଥିଲେ । ସେ ଡ୍ରେସିଂ ରୁମରେ ତାଙ୍କର ଜଣେ ସାଥୀ ଖେଳାଳିଙ୍କ ଡ୍ରେସ ଖୋଲି ଅଭଦ୍ରାମୀ କରିଥିଲେ । ତେବେ ଏହି ଖବର ବୋର୍ଡ ପାଖରେ ପହଁଞ୍ଚିବା ପରେ ମୁସୀରଙ୍କୁ ୩ ବର୍ଷ ପାଇଁ ନିଲମ୍ବନ କରାଯାଇଛି । ତେବେ ସେ ନାବାଳକ ଥିବାରୁ ତାଭ୍କ ବିରୋଧରେ ଅଧିକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାହିଁନି ବୋର୍ଡ ।
୧୪ ବର୍ଷୀୟ ମୁସୀର ଜଣେ ଦକ୍ଷ ଅଲରାଉଣ୍ଡର । ସେ ଜଣେ ବାମହତୀ ସ୍ପିନର । ବ୍ୟାଟିଂରେ ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି । ଅଭିଯୁକ୍ତ ମୁସୀର ୨୦୧୩ ମସିହାରେ ଯୁବ ଖେଳାଳି ପୃଥୀ ଶଙ୍କ ସହ ମିଶି କିମ୍ବଦନ୍ତୀ କ୍ରିକେଟର ବା କ୍ରିକେଟର ଭଗବାନ ସଚିନଙ୍କ ହାତରୁ ସ୍ୱତନ୍ତ୍ର ପୁରଷ୍କାର ପାଇଥିଲେ ।