ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ) ; ଡାକ୍ତରଖାନାକୁ ଭଲ ହେବା ପାଇଁ ଯାଇଥିଲା ନାବାଳିକା । ଆଇସିୟୁରେ ଚିକିତ୍ସିତ ହେବା ସମୟରେ ସେଠାରେ କାର୍ଯ୍ୟ କରୁଥିବା କମ୍ପାଉଣ୍ଡର ଏବଂ ଅନ୍ୟ କର୍ମଚାରୀ କରିଛନ୍ତି ଦୁଷ୍କର୍ମ । ଯାହାକି ପଶୁତାର ଶେଷସୀମାରେ ପହଁଞ୍ଚି ଯାଇଛି । ସୂଚନା ମୁତାବକ ଉତ୍ତରପ୍ରଦେଶ ବଦାୟୂ ରୋଡସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଏହି ଦୁଷ୍କର୍ମର ଶିକାର ହୋଇଛନ୍ତି । ବିଷାକ୍ତ ସାପ କାମୁଡିଥିବାରୁ ସେ ସିରିୟସ ହୋଇଥିଲେ ଫଳରେ ମୁହଁରେ ଅକ୍ସିଜେନ ମାକ୍ସ ବନ୍ଧା ହୋଇଥିଲା । ପରେ ଜେନେରାଲ ୱାଡକୁ ନେଲା ପରେ କମ୍ପାଉଣ୍ଡର ନିଶା ଇଞ୍ଜେକସନ ଦେଇଥିଲେ ଏବଂ ତାଙ୍କ ସହ ଡାକ୍ତରଖାନାର ଅନ୍ୟଜଣେ କର୍ମଚାରୀ ମଧ୍ୟ ରାତିସାରା ଉପଭୋଗ କରିଥିଲେ ।
ତେବେ ତା ପର ଦିନ ଚେତା ଫେରିବା ପରେ ନିଜ ଶରୀରରେ କୈାଣସି ପୋଷାକ ନଥିଲା ଏବଂ ନାବାଳିକାକୁ ଏକ ବନ୍ଦ କଠୋରୀ ଭିତରେ ରଖାଯାଇଥିଲା । ଏହାପରେ ନାବାଳିକା ଜଣକ ନିଜ ଜେଜେ ମାଙ୍କ ନିକଟରେ ସବୁ କିଛି କହିବା ପରେ ପରିବାର ଲୋକ ପୋଲିସରେ ଏତଲା ଦେଇଥିଲେ । ପୋଲିସ ପହଁଞ୍ଚିବା ପରେ ନାବାଳିକାର ଡାକ୍ତରୀ ମାଇନା କରିବା ପାଇଁ କହିଥିଲେ ତେବେ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ଏହା ହୋଇପାରିନାହିଁ । ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।