ଭୋକ ମେଣ୍ଟେଇବାକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ କଲେ ୨ ଦୁବୃର୍ତ୍ତ । ତେବେ ଏତିକିରେ ମନ ଶାନ୍ତି ହେଲାନି ଯେ ଜଣେ ଦୁଷ୍କର୍ମ କରୁଥିବା ସମୟରେ ଅନ୍ୟ ଜଣେ ଭିଡିଓ ରେକଡିଂ କରୁଥିଲା । ତେବେ ଏହି ଭିଡିଓ ଉଠାଇବାର ମୁଖ୍ୟ କାରଣ ଥିଲା ବ୍ଳାକମେଲିଂ । କାରଣ ଭବିଷ୍ୟତରେ ଯଦି କାହାକୁ କିଛି କହିବ ତାହେଲେ ଭିଡିଓ ଭାରରାଲ କରାଇ ଦେବାର ଭୟ ଦେଖାଉଥିଲେ । ଶେଷରେ ନଡରି ପୋଲିସରେ ଏତଲା ଦେଇଛନ୍ତି ଯୁବତୀ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ବୋଲାଉଥିବା ଶ୍ରେଷ୍ଠ ନଗରୀ ଦିଲ୍ଲୀରେ ।
ମିଳିଥିବା ସୂଚନା ମୁତାବକ ନୂଆ ଦିଲ୍ଲୀର ପାଲମ ରାଜନଗର କଲୋନୀରେ ଜଣେ ଯୁବତୀ ରହୁଥିଲେ । ସେ ଗୋଟିଏ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ । ଅର୍ଥ ଅଭାବରୁ ସେ ବାଦଲି ଅଞ୍ଚଳରେ ରହୁଥିବା ସଞ୍ଜୟ ନାମକ ଜଣେ ଯୁବକ ପାଖରୁ କିଛି ଟଙ୍କା କରଜ ଆଣିଥିଲେ । ତେବେ ଏହି ଯୁବକ ଜଣକ ମନରେ ପାପ ଚିନ୍ତା ରଖି ପଇସା ଦେଇଥିଲେ । ଯାହାକି ଯୁବତୀଙ୍କୁ ଜଣାନଥିଲା । କିଛି ଦିନ ତଳେ ପଇସା ମାଗିବା ପାଇଁ ସଞ୍ଜୟ ଏବଂ ତା ସାଙ୍ଗ ସତୀଶ ଯୁବତୀଙ୍କ ରୁମରେ ପହଁଞ୍ଚିଥିଲେ । ପାଖରେ ପଇସା ନଥିବାରୁ ପରେ ଦେବା ପାଇଁ କହିଥିଲେ ଯୁବତୀ । କିନ୍ତୁ ଏବେ ପଇସା ଦରକାର କହି ଯୁବତୀଙ୍କୁ ପ୍ରଥମେ ଦୁଇଜଣ ଡରାଇଥିଲେ ଏବଂ ପରେ ଦୁଇଜଣ ପଇସା ପ୍ରତିବଦଳରେ ଦେହଦାନ କରିବାକୁ କହିଥିଲେ । ଏଥିରେ ଯୁବତୀ ଜଣକ ରାଜି ନହେବାରୁ ଶେଷରେ ଦୁଇ ଜଣ ଜୋର ଜବରଦସ୍ତ ପୁରୁଷ ପଣିଆ ଜାହିର କରି ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ସମୟରେ ଭିଡିଓ ମଧ୍ୟ ଉଠେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି ।
ଭିଡିଓ ଉଠେଇବାର ମୁଖ୍ୟ ଉଦ୍ଦେଶ୍ୟଥିଲା ବ୍ଳାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରିବା ଏବଂ ଏହି କଥା ଯଦି କାହା ଆଗରେ କହିବ ତେବେ ଭାଇରାଲ କରାଇ ଦେବାର ଭୟ ଦେଖାଉଥିଲେ । ଏହି ଭୟକୁ ଖାତିର ନକରି ପୋଲିସରେ ଏତଲା ଦେଇଥିଲେ ଯୁବତୀ । ପୋଲିସ ଖବର ଏତଲା ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ।