ଦିଲ୍ଲୀ (ଏଟିଆର ବ୍ୟୁରୋ) ; ଦିନକୁ ଦିନ ବଢ଼ିଚାଲିଛି ଦୁଷ୍କର୍ମ । ପ୍ରତ୍ୟକ ଦିନ କେଉଁଠି ନାଁ କେଉଁଠି ଦୁଷ୍କର୍ମ ହେଉଥିବା ନଜରକୁ ଆସୁଛି । ଦେଶ ସ୍ୱାଧୀନତା ପାଇଥିଲେ ମଧ୍ୟ ଆଜି ବି ନାରୀମାନେ ନିଜକୁ ପରାଧୀନ ଭଳି ମନେ କରୁଛନ୍ତି । ପ୍ରତ୍ୟେକ ଦିନ ହେଉଛି ଦୁଷ୍କର୍ମ । ତେବେ ଏଥିାର ବାଦ ପଡିନାହାନ୍ତି ନାବାଳିକା । ଆଜି ଏଭଳି ଏକ ଖବର ନଜରକୁ ଆସିଛି ଯାହାକୁ ଶୁଣିଲେ ନିଜକୁ ଖରାପ ଲାଗିବ । ନିଶାଶକ୍ତ ଅବସ୍ଥାରେ ଜଣେ ୨୪ ବର୍ଷୀୟ ଯୁବକ ଦେହର ଭୋକ ମେଣ୍ଟେଇବା ଗୋଟିଏ ୨ ବର୍ଷର ଶିଶୁ ସହ ହୋଇଛି ଦୁଷ୍କର୍ମ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦେଶର ରାଜଧାନୀ ଦିଲ୍ଲୀରେ ।
ମିଳିଥିବା ସୂଚନା ମୁତାବକ ଉତ୍ତର ଦିଲ୍ଲୀରେ ଫୁଟପାଥରେ ଶୋଇଥିବା ଅବସ୍ଥାରେ ମା କୋଳରୁ ୨ ବର୍ଷର ନିଷ୍ପାପ ଶିଶୁକୁ ଟେକି ନେଇ ମନଭରି ଉପଭୋଗ କରିଥିଲା । ମନ ଭରି ଗଲା ପରେ ଶିଶୁକୁ ରେଳଧାରଣାରେ ପକେଇ ଦେଇ ଫେରାର ହୋଇ ଯାଇଥିଲା ଦୁବୃର୍ତ୍ତ । ଏହି ଶିଶୁକୁ ସ୍ଥାନୀୟ ଲୋକ ସକାଳୁ ଦେଖିବା ପରେ ଗୁରତ୍ର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଛୁଆକୁ ନପାଇ ପୋଲିସରେ ଏତଲା ଦେଇଥିଲେ ମା । ପରେ ପୋଲିସ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖବର ପାଇବା ପରେ ମେଡିକାଲରେ ପହଁଞ୍ଚି ଶିଶୁର ଡାକ୍ତରି ମାଇନା କରିବା ପରେ ତଦନ୍ତ ଜାରି କରିଥିଲା । ଘଟଣା ପରେ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଦେଖି ଦୁବୃର୍ତ୍ତକୁ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତ ଦୁଷ୍କର୍ମକାରି ବାହାଘରରେ ୱେଟର କାମ କରେ । ତେବେ ଚୋରି କେସରେ ମଧ୍ୟ ପୂର୍ବରୁ ଜେଲରେ ଥିଲା ଏହି ଯୁବକ ।