ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଝିଅକୁ ଏକ ତରଫା ଭଲ ପାଇ ପଡୋଶୀ ଘର ପୁଅ ତାଜମହଲ ଗିଫ୍ଟ ଫୋପାଡିଥିଲା । ତେବେ ଗିଫ୍ଟଟି ଝିଅ ପାଇବା ପୂର୍ବରୁ ବାପା ମୁଣ୍ଡରେ ପଡିଯାଇଥିଲା । ଏଥିରେ ଝିଅର ବାପା ଗୁରୁତର ଆହତ ହୋଇଥିବା ଦେଖିବାକୁ ମିଳିଛି । ଏହାପରେ ଉଭୟ ପଡୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ଖବର ପୋଲିସ ପାଖରେ ପହଁଞ୍ଚିବା ପରେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲା ଜିତୁ । ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା । ଏଣୁ ସେ ଝିଅକୁ ଲକ୍ଷ କରି ଗିଫ୍ଟ ଫୋପାଡିଥିବା ପୋଲିସ ଆଗରେ ମାନିଛି ।
ଜିତୁ ଯୁବତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ରାସ୍ତାରେ ଯାଉଥିବା ବେଳେ ଯୁବତୀଙ୍କ ପିଛା କରିବା ସହ ବାରମ୍ବାର ପ୍ରେମ ନିବେଦନ ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏଣୁ ପୋଲିସ ଜିତୁ ବିରୋଧରେ ଯୌନ ଶୋଷଣ ଅପରାଧ ଲଗାଇ ଗିରଫ କରିଛି । ଘଟଣା ଘଟିବା ଦିନ ଯୁବତୀଙ୍କୁ ଲକ୍ଷ କରି ଘର ଭିତରକୁ ଗିଫ୍ଟ ଫୋପାଡି ଥିଲା । ତେବେ ଘରେ ଖାଇ ବସିଥିବା ଯୁବତୀଙ୍କ ବାପାଙ୍କ ମୁଣ୍ଡରେ ପଡିଥିଲା ଭାରି ଗିଫ୍ଟଟି । ଏଥିରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।