ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବରିଷ୍ଠ ସାମ୍ବାଦିକରୁ ଏବେ (ଡିଡିସିଏ)ର ନୂତନ ଅଧ୍ୟକ୍ଷ ହେଲେ ରଜତ ଶର୍ମା । ନିକଟରେ ଦିଲ୍ଲୀ ଡିସଟ୍ରିକ୍ କ୍ରିକେଟ୍ ଆସୋସିଏସନ (ଡିଡିସିଏ)ର ଅଧ୍ୟକ୍ଷ ପଦ ପାଇଁ ନର୍ବାଚନ ହୋଇଥିଲା । ଏଥିରେ ରଜତ ଶର୍ମା ପୂର୍ବ କ୍ରିକେଟର ମଦନ ଲାଲ ଙ୍କୁ ୫୧୭ ଭୋଟରେ ହରାଇ ବିଜୟ ଲାଭ କରିଥିବାର ଘୋଷଣା କରାଯାଇଛି ।
ଏହି ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ରଜତ ଶର୍ମାଙ୍କୁ ୧୫୩୧ ଭୋଟ ମିଳିଥିବା ବେଳେ ମଦନ ଲାଲଙ୍କୁ ୧୦୦୪ ଭୋଟ ମିଳିଥିଲା ।