ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଇକେଲ ଦେବବ୍ରତ ପାତ୍ର ହେଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର (ଆରବିଆଇ)ର ଡେପୁଟି ଗଭର୍ଣ୍ଣର । ଆଜି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗତବର୍ଷ ବିରଳ ଆଚାର୍ଯ୍ୟ ଡେପୁଟି ଗଭର୍ଣ୍ଣର ପଦରୁ ଜୁଲାଇ ୨୩ତାରିଖରେ ଇସ୍ତଫା ଦେଇଥିଲେ । ସେବେଠାରୁ ସେହି ପଦବୀ ଖାଲି ପଡିଥିଲା । ତେଣୁ ଖାଲି ପଡିଥିବା ଡେପୁଟି ଗଭର୍ଣ୍ଣର ପଦରେ ନିଯୁକ୍ତ ହୋଇଛନ୍ତି ମାଇକେଲ ଦେବବ୍ରତ ପାତ୍ର ।
ଏହି ପଦରେ ସେ ୩ବର୍ଷ ପାଇଁ କାର୍ଯ୍ୟ କରିବେ । ସେ ଆରବିଆଇର ୪ର୍ଥ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ସହ ମନିଟାରୀ ପଲିସି ବିଭାଗରେ କାର୍ଯ୍ୟ କରିବେ । ଶ୍ରୀ ପାତ୍ର ପୂର୍ବରୁ ମନିଟାରୀ ପଲିସି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ଜଣେ ଏମପିସି ଭାବେ ପରିଚିତ । ସେ ଦେଶର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ସୁଧାର ଆଣିବା ପାଇଁ ନିଆଯାଉଥିବା ନିଷ୍ପତ୍ତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।