ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏଣିକି ରେଲୱେ ଷ୍ଟେସନ ବୋର୍ଡରୁ ଷ୍ଟେସନର ନାଁ ଉର୍ଦ୍ଦୁ ବଦଳରେ ସଂସ୍କୃତରେ ଲେଖାଯିବ । ଉତ୍ତରାଖଣ୍ଡରେ ଥିବା ସମସ୍ତ ରେଲୱେ ଷ୍ଟେସନର ନାଁ ଏବେ ସଂସ୍କୃତରେ ଲେଖାଯିବ । ପ୍ଲାଟଫର୍ମରେ ଥିବା ରେଲୱେ ଷ୍ଟେସନର ନାଁ ହିନ୍ଦୀ, ଇଂରାଜୀ ଓ ଉର୍ଦ୍ଦୁରେ ଲେକାଯାଇଥାଏ । ରେଳୱେ ଦ୍ୱାରା ନିଆଯାଇଥିବା ଏକ ନିଷ୍ପତି ଦ୍ୱାରା ଏବେ ଷ୍ଟେସନ ଗୁଡିକର ନାଁ ବୋର୍ଡରେ ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ଲେଖାଯିବ । ଉତ୍ତର ପ୍ରଦେଶର ସିପିଆରଓ ଦୀପକ କୁମାରଙ୍କ ସୂଚନା ଅନୁସାରେ ରେଲୱେ ମେନ୍ୟୁଅଲ ଅନୁଲାରେ ରେଲୱେ ଷ୍ଟେସନର ନାଁ ହିନ୍ଦୀ, ଇଂରାଜୀ ଓ ରାଜ୍ୟର ଦ୍ୱିତୀୟ ଭାଷାରେ ଲେଖାଯାଇଥାଏ ।
ତେବେ ଏହା ପୂର୍ବରୁ ଉର୍ଦ୍ଦୁ ରେଲୱେର ତୃତୀୟ ଭାଷା ରୂପେ ବ୍ୟବହାର କରାଯାଉଥିଲା । ଏହାର କାରଣ ହେଉଛି ଉତ୍ତରାଖଣ୍ଡ ପୁର୍ବେ ୁତ୍ତର ପ୍ରଦେଶ ଅଂଶ ଥିଲା । ଯେଉଁଠାରେ ଉର୍ଦ୍ଦୁ ଦ୍ୱିତୀୟ ରାଜକୀୟ ଭାଷା ରହିଛି । ଏହି ପ୍ରସଙ୍ଗରେ ଉପରେ ଆମକୁ କେହି ଧ୍ୟାନ ଆକର୍ଷଣ କରିବା ପରେ ରେଲୱେ ଏଭଳି ନିଷ୍ପତି ନେଇଛି ବୋଲି ଦୀପକ କୁମାର କହିଛନ୍ତି ।