ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ସବୁ କିଛି ଠିକ୍ ଠାକ୍ ଚାଲେ ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ଦିଲ୍ଲୀ ସ୍ଥିତ ଇନ୍ଦୀରା ଗାନ୍ଧୀ ଆର୍ନ୍ତଜାତୀୟ ବିମାନ ବନ୍ଦର ୨୦୨୨ ସୁଧା ଦେଶର ସବୁଠାରୁ ବଡ ବିମାନ ବନ୍ଦରରେ ପରିଣତ ହୋଇଯିବ । ଏହାର ପ୍ରକୃତ କାରଣ ହେଉଛି ଏୟାର ପୋର୍ଟ ବିସ୍ତାର ପାଇଁ ଚାଲୁଥିବା ପ୍ରୋଜେକ୍ଟ ୨୦୨୨ ସୁଧା ସମ୍ପୂର୍ଣ୍ଣ ହୋଇଯିବ । ଏହାସହିତ ୨୦୨୨ ମଧ୍ୟରେ ଦିଲ୍ଲୀ ଏୟାର ପୋର୍ଟରେ ଏୟାର ଟ୍ରେନ ଚାଲିବା ପାଇଁ ମଧ୍ୟ ଯୋଜନା ଚାଲିଛି ।
ସୂଚନାଯୋଗ୍ୟ, ଦିଲ୍ଲୀ ଏୟାର ପୋର୍ଟରେ ଟର୍ମିନାଲ ୩ ରୁ ଟର୍ମିନାଲ ୨ ଏବଂ ଟର୍ମିନାଲ ୧ ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଯିବା ଆସିବା ପାଇଁ ଯାତ୍ରୀଙ୍କୁ ବସ୍ କିମ୍ବା ଟ୍ୟାକ୍ସିର ସାହାରା ନେବାକୁ ପଡିଥାଏ । ସେଥିପାଇଁ ଏୟାର ଟେନ୍ ଚାଲିବା ଦ୍ୱାରା ଯାତ୍ରୀଙ୍କୁ ଆଉ ବସ୍ ଏବଂ ଟ୍ୟାକ୍ସି ଅଡୁଆ ରହିବ ନାହିଁ ।
ଏୟାର ଟ୍ରେନ୍ ଏହି ତିନି ଟିମ୍ ଟର୍ମିନାଲ ଯାତ୍ରୀଙ୍କୁ ପହଁଚାଇବ । ଏହି ଟେନ୍ ର ବିଶେଷତ୍ୱ ହେଉଛି ଏହା କିଛି ମିନିଟ୍ ମଧ୍ୟରେ ଗୋଟେ ଟର୍ମିନାଲରୁ ଆଉ ଗୋଟେ ଟର୍ମିନାଲ ମଧ୍ୟରେ ଯାତ୍ରୀ ପହଁଚି ପାରିବେ । ଏହି ଏୟାର ଟ୍ରେନ୍ ରେ ଯାତ୍ରୀ ସେମାନଙ୍କ ଜିନିଷ ବି ନେଇପାରିବେ ।
ଆଧିକାରିକ ସୂତ୍ର ଅନୁଯାୟୀ, ଏୟାର ଟ୍ରେନ୍ ର ଯୋଜନା ବିଷୟରେ ୨୦୧୬ ରେ ଘୋଷଣା କରାଯାଇଥିଲା । ଏହି ଅବସରରେ କୁହାଯାଇଥିଲା କି ଏହି ପ୍ରୋଜେକ୍ଟ ୨୦୨୦ ପର୍ଯ୍ୟନ୍ତ ପୂରା ହୋଇପାରେ କିନ୍ତୁ ଯାନ୍ତ୍ରିକ ତୃଟି ଯୋଗୁଁ ବିଳମ୍ବ ହୋଇପାରେ । ସେହି ଅନୁସାରେ ଯଦି ଚଳିତ ବର୍ଷ ଶେଷ ସୁଧା କାମ ଆରମ୍ଭ ହୁଏ ତେବେ ଆଗାମୀ ତିନି ବର୍ଷ ମଧ୍ୟରେ ପ୍ରୋଜେକ୍ଟ ପୁରା ହୋଇଯିବ ।