ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦିଲ୍ଲୀ ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇ ଯାଇଛି । ଆଜି ସକାଳ ୮ ଟାରୁ ମତଦାନ ଆରମ୍ଭ ହୋଇଯାଇଛି ଯାହା ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲୁ ରହିବ । ଦିଲ୍ଲୀର ସମସ୍ତ ୭୦ ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଏହି ଅବସରରେ ଆଜି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସୁରକ୍ଷା ଦାୟିତ୍ବରେ ୧୯୦ କମ୍ପାନୀ ପାରା ମିଲିଟାରୀ ଫୋର୍ସ ଓ ୧୯ ହଜାର ହୋମଗାର୍ଡ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସିସିଟିଭି କ୍ୟାମେରା ଲଗାଯାଇଛି ।
୭୦ ଟି ଆସନରେ ମୋଟ ୬୭୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ୧ କୋଟି ୪୭ ଲକ୍ଷ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ।ସେମାନଙ୍କ ମଧ୍ୟରୁ ୮୧, ୦୫, ୨୩୬ ପୁରୁଷ, ୬୬, ୮୦, ୨୭୭ ମହିଳା ଏବଂ ୮୬୯ ତୃତୀୟ ଲିଙ୍ଗ ରହିଛନ୍ତି । ଆସନ୍ତା ୧୧ ତାରିଖଦିନ ଭୋଟ୍ ଗଣତି ହେବ ।