ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୨୧ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ପି. ଚିଦାମ୍ବର । ଗିରଫ ହେବା ପରେ ଚିତାମ୍ବରଙ୍କୁ ତିହାର ଜେଲ ପଠାଇ ଦିଆଯାଇଥିଲା । ଆଜି କିନ୍ତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦିଲ୍ଲୀର ଏକ କୋର୍ଟ ଜେରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଇଡି ଚିତାମ୍ବରମଙ୍କ ନା’ରେ ଆଇଏନଏକ୍ସ ମିଡିଆ ଦୁର୍ନୀତି ଘଟଣାରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ।
ଚିଦାମ୍ବରଙ୍କୁ ତିହାର ଜେଲରେ ୨୨-୨୩ ତାରିଖ ଅର୍ଥାତ ଦୁଇ ଦିନ ଜେରା କରିବ ଇଡି । ଅଧିକ ତଥ୍ୟ ପାଇବା ଆଶାରେ ରୋଜ ଆଭିନ୍ୟୁ କୋର୍ଟରେ ଇଡି ଆବେଦନ କରିଥିଲା । କୋର୍ଟ ଏହି ଆବେଦନକୁ ଗ୍ରହଣ କରିବା ସହ ଚିଦାମ୍ବରଙ୍କୁ ତିହାର ଜେଲରେ ହିଁ ପଚରାଉଚରା କରିବାକୁ କହିଛନ୍ତି । ଚିତାମ୍ବର ତିହାର ଜେଲରେ ଥିବା ବେଳେ ସୁପ୍ରିମକୋର୍ଟ ତାଙ୍କୁ ଦେଢ ମାସ ପରେ ଜାମିନ ଦେଇଥିଲେ ମଧ୍ୟ ମନିଲଣ୍ଡରିଂ ମାମଲାରେ ଇଡି ତାଙ୍କୁ ଗିରଫ କରିଥିବାରୁ ସେ ଜାମିନରେ ମୁକୁଳି ପାରିନଥିଲେ । ଇଡିର ଏହି ଗିରଫଦାରୀ ବିରୋଧରେ ସେ ଦିଲ୍ଲୀ ହାଇକୋର୍ଟରେ ଚିଦାମ୍ବରଙ୍କ ପକ୍ଷରୁ ଆବେଦନ କରିଥିଲା କିନ୍ତୁ ଏହି ଆବେଦନକୁ କୋର୍ଟ ଖାରିଜ କରିଦେଇଥିଲେ । ଏବେ ସେ ପୁଣି ଜାମିନ ପାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ।