ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଦିଲ୍ଲୀ ନିର୍ବାଚନକୁ ନେଇ ଏବେ ସମସ୍ତ ରାଜନୈତିକ ଦଳ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ଏବେ ପ୍ରତିଶୃତି ପରେ ପ୍ରତିଶୃତି ଅଜାଡି ଦେଉଛନ୍ତି । ଏବେ ଦିଲ୍ଲୀରେ ନିର୍ବାଚନ ପୂର୍ବରୁ ଦିଲ୍ଲୀବାସୀଙ୍କ ବିକାଶ ପାଇଁ କେଉଁ ଦଳ କଣ ସବୁ ଘୋଷଣା କରୁଛନ୍ତି ଏବେ ତା ଉପରେ ସସମସ୍ତଙ୍କ ନଜର ରହିଛି । ଏହି ଅବସରରେ ଦିଲ୍ଲୀର କରକୁଡୁମାରେ ମୋଦି ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବିଜେପି ଦିଲ୍ଲୀରେ ସରକାରକୁ ଆସିଲେ ୨୦୨୨ ସୁଦ୍ଧା ଦିଲ୍ଲୀର ସମସ୍ତ ପରିବାରକୁ ପକ୍କା ଘର ଦିଆଯିବ ।
ଆପ ସରକାର ଦିଲ୍ଲୀର ବିକାଶକୁ ଅଟକାଇ ରଖିଛି । କେନ୍ଦ୍ରରେ ଭାଜପା ସରକାର ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ଅଛି । ସେହିଭଳି ମୋଦି କହିଥିଲେ ଭାଜପା ଦିଲ୍ଲୀର ବିକାଶ ଉପରେ ଗୁରୁତ୍ୱ ଦେବ । ଧାରା ୩୭୦ ହଟିବା, ଅଯୋଧ୍ୟାରେ ରାମ ମନ୍ଦିର ଗଢାଯିବା, ସିଏଏ ଭଳି ବହୁ ଐତିହାସିକ ନିଷ୍ପତ୍ତି ବିଜେପି ସରକାର ନେଇଛି ବୋଲି ମୋଦି କହିଥିଲେ ।