ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ପ୍ରବଳ ଶୀତ ସାଙ୍ଗକୁ କୁହୁଡି ଅନୁଭୂତ ହେଉଛି । ସେହିଭଳି ରାଜଧାନୀ ଦିଲ୍ଲୀରେ ଆଜି ଦିନ ତମାମ ଘନ କୁହୁଡି ଲାଗି ରହିଛି । ଏମିତିକି ଗୋଟେ ଗୋଟେ ସ୍ଥାନରେ ରାସ୍ତାଘାଟ ଦେଖା ଯାଉନାହିଁ । ଯାହା ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ଆଜି ପାଖାପାଖି ୩୫୦ ଟି ବିମାନ ବିଳମ୍ବରେ ଉଡାଣ ଓ ଅବତରଣ କରିଛି ।
ସେହିଭଳି ୨୦ ଟି ବିମାନକୁ ବାତିଲ କରାଯାଇଛି । ଆଜି ଅପରାହ୍ନ ୧୨ ଟା ସୁଦ୍ଧା ୫୦ ମିଟର ଓ ୧୭୫ ମିଟର ପର୍ଯ୍ୟନ୍ତ ଦୃଶ୍ୟ ହେଉଥିଲା । ସେହିଭଳି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ପୁରା ଦେଶରେ ଘନ କୁହୁଡି ଯୋଗୁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ଏହାକୁ ନେଇ ବିମାନ ବନ୍ଦରରେ ଯାତ୍ରୀ ମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବା ସହିତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।