ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ଅବକାରୀ ପଲିସି ଜାରି କଲେ ଦିଲ୍ଲୀ ସରକାର । ଏଣିକି ଆଉ ମଦ ଦୋକାନ ଆଗରେ ଲମ୍ବା ଲାଇନ, ଭିଡ, ଧକ୍କା ମରାମରି ଆଦି ଦେଖିବାକୁ ମିଳିବ ନାହିଁ । ନୂତନ ଅବକାରୀ ନୀତି ଅନୁଯାୟୀ ଗ୍ରାହକମାନେ ଏବେ ସହରରେ ମଦଦୋକାନରେ ୱାକ-ଇନ୍ ସୁବିଧା ପାଇବେ ।
– ଗ୍ରାହକମାନଙ୍କୁ ଦୋକାନ ବାହାରେ କିମ୍ବା ଫୁଟପାଥରେ ଏବଂ କାଉଣ୍ଟରରୁ କିଣିବାକୁ ଅନୁମତି ଦିଆଯିବ ନାହିଁ । ପ୍ରତ୍ୟେକ ଗ୍ରାହକଙ୍କୁ ଦୋକାନ ଭିତରକୁ ଯିବାକୁ ଅନୁମତି ଦିଆଯିବ ଏବଂ ଦୋକାନ ଭିତରେ ସେମାନେ ନିଜ ପସନ୍ଦର ମଦ ବ୍ରାଣ୍ଡ ବାଛିବାରେ ସକ୍ଷମ ହେବେ । ମଦ କିଣିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଦୋକାନ ପରିସର ଭିତରେ ସମ୍ପୂର୍ଣ୍ଣ ହେବ ।
– ଦୋକାନଗୁଡ଼ିକ ଶୀତତାପ ନିୟନ୍ତ୍ରିତ ହେବ, କାଚ କବାଟ ରହିବ ଏବଂ ସେଠାରେ ସଠିକ୍ ଆଲୋକ ରହିବା ଉଚିତ୍ । ସମସ୍ତ ଦୋକାନ ଭିତରେ ଏବଂ ବାହାରେ ସିସିଟିଭି କ୍ୟାମେରା ଲଗାଯିବା ଉଚିତ ଏବଂ ଦୋକାନୀଙ୍କୁ ଅତି କମରେ ୧ ମାସ କ୍ୟାମେରା ରେକର୍ଡିଂ ରଖିବାକୁ ପଡିବ ।
– ଭୋଜି ହଲ୍, ଫାର୍ମ ହାଉସ୍, ପାର୍ଟୀ ସ୍ଥାନରେ ବିବାହ, ପାର୍ଟୀ କିମ୍ବା କୌଣସି କାର୍ୟ୍ୟକ୍ରମ ଆୟୋଜନ କରିବା ସମୟରେ ମଦ ଦେବା ପାଇଁ ମାଲିକଙ୍କୁ ଏକ ଅସ୍ଥାୟୀ ଲାଇସେନ୍ସ ନେବାକୁ ପଡିଲା କିନ୍ତୁ ଏହି ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ନୂତନ ଏଲ-୩୮ ଲାଇସେନ୍ସ ଜରିଆରେ ବାର୍ଷିକ ଶୁଳ୍କ ପ୍ରଦାନ କରିବା ପରେ ଭୋଜି ହଲ୍, ଫାର୍ମ ହାଉସ୍, ଆୟୋଜିତ ପାର୍ଟିରେ ଦେଶୀ ତଥା ବିଦେଶୀ ମଦ ପରଶା ଯାଇ ପାରିବ ।
– କୌଣସି ଅସ୍ଥାୟୀ ଲାଇସେନ୍ସ କାର୍ଯ୍ୟକ୍ଷମ ହେବ ନାହିଁ । ପାର୍ଟି ବା କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ସ୍ଥାନଗୁଡିକରେ ଲାଇସେନ୍ସ ରହିବା ବାଧ୍ୟତରମୂଳକ । ଯଦି ଏକ ଭୋଜି ହଲ୍ କିମ୍ବା ଫାର୍ମ ହାଉସରେ ନିୟମିତ ଲାଇସେନ୍ସ ନାହିଁ, ତେବେ ସେମାନଙ୍କୁ ଗୋଟିଏ ଥର ପି-୧୦ଇ ଲାଇସେନ୍ସ ପାଇଁ ଇଭେଣ୍ଟ ପ୍ରତି ୫୦,୦୦୦ ଟଙ୍କା ଦେବାକୁ ପଡିବ ।
– ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ଲବରେ ବିଳମ୍ବିତ ରାତି ୩ ଟା ପର୍ୟ୍ୟନ୍ତ ବାର୍ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ଅବଶ୍ୟ, ଏଥିରେ ସେହି ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ଅନ୍ତର୍ଭୁକ୍ତ ନୁହଁନ୍ତି, ଯେଉଁମାନେ ଦିନକୁ ୨୪ ଘଣ୍ଟା ମଦ ବିକ୍ରୟ ପାଇଁ ଲାଇସେନ୍ସ ପାଇଛନ୍ତି । ମାଇକ୍ରୋବ୍ରେୱେରୀ ଗ୍ରାହକମାନଙ୍କୁ ଏକ ବୋତଲ କିମ୍ବା ଗ୍ରୋଲେରରେ ବିୟର ଡ୍ରାଫ୍ଟ କରିବାକୁ ଅନୁମତି ଦେବ ।
– ଯେକୌଣସି ବଜାର, ବାଣିଜିକ ସ୍ଥାନ, ସପିଙ୍ଗ ମଲ୍ ଆଦିରେ ଦେଶୀ ଏବଂ ବିଦେଶୀ ମଦର ଖୁଚୁରା ଦୋକାନ ଖୋଲା ଯାଇ ପାରିବ ।