ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଯାହା ଏବେ ଅଣାୟତ ହୋଇ ପଡିଛି । ଦେଶରେ ମଧ୍ୟ ସମାନ ଅବସ୍ଥା । ଲକଡାଉନ ଆଉ ସଟ ଡାଉନ ଭିତରେ ଏବେ ସାଧାରଣ ଲୋକଙ୍କ ଆର୍ଥିକ ପରିସ୍ଥିତି ଖରାପ ହେବାରେ ଲାଗିଛି । ତେବେ ଏହି ଭିତରେ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରିଛନ୍ତି ।
ଦିଲ୍ଲୀରେ ଡିଜେଲ ଲିଟର ପିଛା ୮୨ଟଙ୍କାରେ ବିକ୍ରି ହେଉଛି, ବର୍ତ୍ତମାନ ଏହା ୩୦ପ୍ରତିଶତରୁ ୧୬ ପ୍ରତିଶତ ଭ୍ୟାଟକୁ ହ୍ରାସ କରାଯାଇଛି। ଏହା ସହିତ ବର୍ତ୍ତମାନ ଡିଜେଲର ମୂଲ୍ୟ ୮ ଟଙ୍କା ହ୍ରାସ ପାଇବ। ଯାହାଫଳରେ ଏବେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୩ ଟଙ୍କା ୬୪ ଟଙ୍କାରେ ବିକ୍ରି ହେବ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।