ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଆହୁରୀ ଏକ ସପ୍ତାହ ପାଇଁ ଲକଡାଉନକୁ ବଢାଯାଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ସଂକ୍ରମଣ ବୃଦ୍ଧି ପାଇଁ ଦିଲ୍ଲୀରେ ଲାଗୁ ହୋଇଥିବା ଲକଡାଉନକୁ ଏକ ସପ୍ତାହ ପାଇଁ ବଢାଯାଉଛି । ଆସନ୍ତା କାଲିଠୁ ମେଟ୍ରୋ ସେବା ମଧ୍ୟ ବନ୍ଦ ରହିବ ।
ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୧୭ ହଜାର ୩୬୨ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୩୩୨ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଏଠାରେ ୧୯୦୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇ ସାରିଲାଣି । ସେହିପରି ୧୩ ଲକ୍ଷ ୧୦ ହଜାର ୨୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ୮୭ ହଜାର ୯୦୭ ସକ୍ରିୟ ମାମଲା ରହିଛି ।