ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଦଳିଲା ବାବା କା ଢାବା ର ମାଲିକ କାନ୍ତା ପ୍ରସାଦଙ୍କ ଭାଗ୍ୟ । ଢାବା ମାଲିକରୁ ଏବେ ହୋଇଯାଇଛନ୍ତି ରେଷ୍ଟୁରାଣ୍ଟ ମାଲିକ । ଆଜ୍ଞା ହଁ କିଛି ଦିନ ପୂର୍ବେ ଦିଲ୍ଲୀର ବାବା କା ଢାବା ଖୁବ୍ ଚର୍ଚ୍ଚାରେ ରହିଥିଲା । ଢାବାକୁ ଗ୍ରାହକ ନଆସିବା ଚିନ୍ତାରେ ଏହି ଢାବାର ମାଲିବ କାନ୍ତ ପ୍ରସାଦ ଅର୍ଥାତ ବାବା କାନ୍ଦି ପକାଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ସହାୟକ କରିବା ପାଇଁ ଢାବାରେ ଲୋକଙ୍କର ଲମ୍ବା ଲାଇନ ଲାଗିଥିଲା । କିନ୍ତୁ ଏବେ କାନ୍ତା ପ୍ରସାଦ ତାଙ୍କର ଏକ ନୂତନ ରେଷ୍ଟୁରାଣ୍ଟ ଖୋଲିଛନ୍ତି ।
ସବୁଠାରୁ ଖାସ୍ କଥା ହେଉଛି କୌଣସି ଛୋଟ ମୋଟ ରେଷ୍ଟୁରାଣ୍ଟ ଖୋଲି ନାହାନ୍ତି କାନ୍ତା ପ୍ରସାଦ । ସମ୍ପୂର୍ଣ୍ଣ ଇଣ୍ଟରିଅର ଡିଜାଇନ ସହିତ ଏହି ରେଷ୍ଟୁରାଣ୍ଟରେ ସିସିଟିଭି କ୍ୟାମେରା ମଧ୍ୟ ଲାଗିଛି । ସେହିପରି କାନ୍ତାଙ୍କ ପାଇଁ ଏକ ସ୍ୱତନ୍ତ୍ର କାଉଣ୍ଟର ପ୍ରସ୍ତୁତ କରାଯାଇଛି, ଯେଉଁଠି ସେ ଆରମରେ ବସି ଖାଦ୍ୟ ପ୍ରସ୍ତୁତ କରିବା ସହିତ ହିସାବ ବି ରଖିବେ । ଏହାସହିତ କାନ୍ତାଙ୍କୁ ରୋଷେଇରେ କିଛି ହେଲ୍ପର ବି ସହାୟକ କରିବେ । ସେପଟେ ଏହି ନୂତନ ରେଷ୍ଟୁରାଣ୍ଟ ଖୋଲିବା ପରେ କାନ୍ତା ପ୍ରସାଦ ବହୁତ ଖୁସୀ ଅଛନ୍ତି ।