ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଛାତରୁ ଡେଇଁ ଆତ୍ମହତ୍ୟା କଲେ ପୋଲିସ ବାବୁ । ଦିଲ୍ଲୀ ପୋଲିସ ମୁଖ୍ୟାଳୟରେ ଘଟିଛି ଏଭଳି ଅଘଟଣ । ୧୦ ମହଲା ଛାତରୁ ଡେଇଁ ଏସିପି ପ୍ରେମ ବଲ୍ଲଭ (୫୫)ଆତ୍ମହତ୍ୟା କରିିଛନ୍ତି । ଆଜି ସକାଳ ପ୍ରାୟ ୧୦ ଟା ବେଳେ ସବୁ ଦିନ ଭଲି ଶ୍ରୀ ବଲ୍ଲଭ ଦିଲ୍ଲୀ ମୁଖ୍ୟ କାର୍ଯ୍ୟଲୟକୁ ଆସିଥିଲେ । ତେବେ ଏହାର ଠିକ କିଛି ସମୟ ପରେ କାର୍ଯ୍ୟାଳୟର ପ୍ରବେଶ ଦ୍ୱାର ନିକଟରେ ତାଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ତେବେ ବଲ୍ଲଭ ଦୀର୍ଘ କିଛି ଦିନ ହେବ ମାନସିକ ଚିନ୍ତାରେ ରହୁଥିଲେ । ଏଥିପାଇଁ ସେ ଡାକ୍ତରଖାନାରେ ମଧ୍ୟ ଚିକିତ୍ସୀତ ହେଉଥିଲେ । କିନ୍ତୁ ସେ ଅତ୍ମହତ୍ୟା କେଉଁ କାରଣରୁ କରିଛନ୍ତି ତାହା ଏଯାଏଁ ସ୍ପଷ୍ଠ ହୋଇପାରିନାହିଁ ।
ସେପଟେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ତଦନ୍ତରୁ ସବୁ ସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି । ସେପଟେ ଭାରତରେ ପୋଲିସ ଅଧିକାରୀ ମାନଙ୍କ ଆତ୍ମହତ୍ୟା ଖବର ବହୁଳ ମାତ୍ରାରେ ଆସୁଛି । ନିକଟରେ ମଧ୍ୟ ବହୁ ପୋଲିସ ଆଧିକାରୀ ଆତ୍ମହତ୍ୟା କରିଥିବା ଦେଖାଯାଇଛି । ଗତ ମେ ୨୯ ତାରିଖରେ ଉତ୍ତର ପ୍ରଦେଶର ଜଣେ ପୋଲିସ ଅଧିକାରୀ ଆତ୍ମହତ୍ୟା କରିବା ବେଳେ ମେ ୧୧ ତାରିଖରେ ଏନକାଉଣ୍ଟର ସ୍ପେସାଲିଷ୍ଟ ଆଇପିଏସ ହିମାଂଶୁ ରାୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଖବର ଆସିଥିଲା । ଯେଉଁ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।