କୋଲକତା ( ଏଟିଆର ବ୍ୟୁରୋ): ପଶ୍ଚିମ ବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ଆଜି ସାରା ଦେଶରେ ଡାକ୍ତର ମାନେ ହରତାଳ କରିଛନ୍ତି । ସୂଚନାଯୋଗ୍ୟ ପଶ୍ଚିମବଙ୍ଗ କୋଲକତାରେ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଜଣେ କନିଷ୍ଠ ଡାକ୍ତରଙ୍କ ଉପେରେ ଆକ୍ରମଣ କରିଥିଲେ । ଯଦ୍ୱାରା ଡାକ୍ତର ଗୁରୁତର ଆହାତ ହୋଇଥିଲେ । ଏହାର ପ୍ରତିବାଦରେ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇ ଥିଲେ । ଏନେଇ ମମତା ବାନାର୍ଜୀ ଡାକ୍ତରମାନଙ୍କୁ କାର୍ଯ୍ୟରେ ଯୋଗଦାନ କରିବା ପାଇଁ ଚେତାବନୀ ଦେଇଥିଲେ ମଧ୍ୟ ଡାକ୍ତରମାନେ ଏଥିରୁ ଓହରି ନାହାନ୍ତି ।
ଆଜି ଡାକ୍ତରମାନଙ୍କୁ ସୁରକ୍ଷା ଦାବି କରି ସମସ୍ତ ସରକାରୀ ଡାକ୍ତରଖାନା ସହିତ କର୍ପୋରେଟ ହସ୍ପିଟାଲ ଗୁଡିକର ଡାକ୍ତର ମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଛନ୍ତି । କେବଳ ଡାକ୍ତର ନୁହଁନ୍ତି ଅନ୍ୟ କର୍ମଚାରୀଙ୍କୁ କିଭଳି ସୁରକ୍ଷା ଦିଆଯିବ ସେ ନେଇ ଏକ ବିଶେଷ ଆଇନ ତିଆରି କରିବାକୁ କହିଛନ୍ତି ।
ଜୁନିଅର ଡାକ୍ତରଙ୍କ ଏହି ହରତାଳ ଆଜି ସପ୍ତମ ଦିନରେ ପହଞ୍ଚିଛି । ଯାହାଫଳରେ ପଶ୍ଚିମବଙ୍ଗରେ ଗୋଟିଏ ସପ୍ତାହ ହେଲା ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିିଛି । ଡାକ୍ତରଙ୍କ ଅଭାବରୁ ରୋଗୀ ଉଚିତ ସେବା ପାଇ ପାରୁ ନାହାନ୍ତି । ସୂଚନା ଅନୁସାରେ ପଶ୍ଚିମବଙ୍ଗରେ ସମସ୍ତ ସରକାରୀ ଡାକ୍ତରଖାନାରେ ବର୍ହି ବିଭାଗ ଚିକିତ୍ସା ବନ୍ଦ ରହିଛି । ଆଜି ସକାଳ ୬ ଟାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଉଟଡୋର ସ୍ୱାସ୍ଥ୍ୟ ସେବା ବନ୍ଦ ରହିବ ।