ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମୋଟେରା ଷ୍ଟାଡିୟମରେ ବିଶାଳ ଜନ ସମୁଦ୍ର ଭିତରେ ଅବିଭାଷଣ ରଖିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ।
ଭାରତର ସବୁଠାରୁ ବଡ ଷ୍ଟାଡିୟମରୁ ସିଧାସଳଖ ଆତଙ୍କବାଦ ଉପରେ ପ୍ରହାର କରିଥିଲେ ଟ୍ରମ୍ଫ । ଆମେରିକା ସବୁ ସମୟରେ ଆତଙ୍କବାଦ କୁ ବିରୋଧ କରି ଆସୁଛି ଏବଂ ନିକଟରେ ବହୁ କୁଖ୍ୟାତ ଆତଙ୍କବାଦୀ ମାନଙ୍କୁ ନିହତ କରିଛି ଆମେରିକା ।
ଏଥି ସହିତ ଆଗାମୀ ଦିନ ମାନଙ୍କରେ ଭାରତ ଓ ଆମେରିକା ମିଳିତ ଭାବରେ ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବେ ବୋଲି ଟ୍ରମ୍ଫ କହିଛନ୍ତି । ଏଥି ସହିତ ଆତଙ୍କବାଦ ସର୍ବଦା ସମର୍ଥନ କରୁଥିବା ଦେଶ ପାକିସ୍ତାନକୁ ମଧ୍ୟ ଚେତାବନୀ ଦିଆଯାଇଛି । ଭବିଷ୍ୟତରେ ପାକିସ୍ତାନ ନସୁଧୁରିଲେ ତାକୁ ମଧ୍ୟ ଉଚିତ୍ ଶିକ୍ଷା ଦିଆଯିବ ବୋଲି ପରୋକ୍ଷରେ ଡୋନାଲ୍ଡ ଟ୍ରମ୍ଫ ନିଜ ଅବିଭାଷଣରେ କହିଛନ୍ତି ।