ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରଥମ ୫ଜି ସ୍ମାର୍ଟଫୋନ୍ ଚଳିତମାସ ୨୪ ତାରିଖରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ରିୟଲମି କମ୍ପାନୀ ପକ୍ଷରୁ ଏହି ଫୋନ୍ କୁ ଲଞ୍ଚ କରାଯିବ । କମ୍ପାନୀର ଅଧିକାରୀଙ୍କ ମୁତାବକ, ଏହି ୫ଜି ଫୋନ୍ ର ଦାମ୍ ପାଖାପାଖି ୫୦ ହଜାର ଟଙ୍କା ହୋଇପାରେ । ସବୁଠାରୁ ବଡ କଥା ହେଉଛି ଦେଶରେ ଏପର୍ଯ୍ୟନ୍ତ ଏହାର ନେଟୱାର୍କ ନାହିଁ । ଏହି ୫ଜି ସ୍ମାର୍ଟଫୋନ୍୮୬୫ ସ୍ନାପଡ୍ରାଗନ ସହିତ ବଜାରକୁ ଆସିବ ଏବଂ ଏହା ଦର ୫୦ ହଜାରରୁ ଆରମ୍ଭ ହେବ ।
ରିୟଲମି ଏକ୍ସ୫୦ ପ୍ରୋ ୫ଜି କୁ ନେଇ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ସୂଚନା ମୁତାବକ, ଫୋନ୍ ରେ ୬୫ ୱାଟ ସୁପରହାର୍ଡ ଚାର୍ଜ ସପୋର୍ଟ ରହିଛି । ଏହା କମ୍ପାନୀର ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି । ଏହି ଟେକ୍ନୋଲୋଜି ଫୋନ୍ ବ୍ୟାଟେରୀକୁ ବହୁତ ଶୀଘ୍ର ଚାର୍ଜ କରିବ ।
ରିୟଲମି ଚାଇନାର ଚିଫ୍ ମାର୍କେଟିଙ୍ଗ ଅଫିସର ସୁ କି ଚେସ୍ ନିକଟରେ କହିଥିଲେ କି ଏହି ସ୍ମାର୍ଟଫୋନ୍ କ୍ୱାଲକମ ର ଫ୍ଲାଗସିପ୍ ପ୍ରୋସେସର ସ୍ନାପଡ୍ରାଗନ ସହିତ ବଜାରକୁ ଆସିବ । ଏହାବ୍ୟତିତ ଏଥିରେ ୧୨ ଜିବି ର ର୍ୟାମ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ୟୁଏଫଏସ ୩.୦ ଷ୍ଟୋରେଜ୍ ରହିଛି । ଏହି ଡିଭାଇସ୍ ଆଣ୍ଡ୍ରୋଏଡ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିବ ।