ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪ ଏବଂ ୨୬ ରେ ଭାରତ ଆସିପାରନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ । ଆନୁଷ୍ଠାନିକ ଭାବେ ଏହା ଘୋଷଣା ହୋଇନଥିଲେ ମଧ୍ୟ ବିଶେଷ ସୂତ୍ରରୁ ଖବର ମିଳିଛି । ଟ୍ରମ୍ପଙ୍କ ଏହି ଗସ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି କାରଣ ଏବେ ଆମେରିକାରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପକ୍ରିୟା ଚାଲଛି ।
ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆମେରିକାରେ ପ୍ରଚାର ପକ୍ରିୟା ଆରମ୍ଭ ହେବାକୁ ଯାଉଛି । ତେବେ ଟ୍ରମ୍ପଙ୍କ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ବହୁ ବାଣିଜ୍ୟକ ବ୍ୟବସାୟ ସ୍ୱାକ୍ଷରିତ ହୋଇପାରେ । ସୂଚନା ଅନୁସାରେ ଭାରତ ଓ ଆମେରିକା ମଧ୍ୟରେ ୧୦ ବିଲିୟନ ଡଲାର ବା ୭୧ ହଜାର କୋଟି ଟଙ୍କାର ଚୁକ୍ତି ହେବାର ଆଶା ରହିଛି । ଏହା ବ୍ୟତିତ ମୁକ୍ତ ବାଣିଜ୍ୟକ ଚୁ୍ତି ମଧ୍ୟ ସ୍ୱାକ୍ଷରିତ ହେବାରେ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଗୁଜୁରାଟରେ ହାୱଡି ମୋଦି ଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ । ସୂଚନାଯୋଗ୍ୟ ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇପାରେ ।