ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୋଟର୍ସଙ୍କ ପାଇଁ ମତଦାତା ଫଟୋ ପରିଚୟ ପତ୍ର (ଇ-ଏପିକ) କୁ ଅନଲାଇନ ଡାଉନଲୋଡ କରିବାର ସୁବିଧା ଦେଇ ଜନତାଙ୍କ କାମକୁ ଆହୁରି ସହଜ କରିଦେଲା ଭାରତ ନିର୍ବାଚନ ଆୟୋଗ । ବାସ୍ତବରେ ଇ-ଏପିକ ଆପଣଙ୍କ ଭୋଟରର ଏକ ପିଡିଏଫ୍ ଭର୍ସନ ଏବଂ ଏହା ସମାନ ରୂପେ ମାନ୍ୟ ।
ଏହିଭଳି ଭାବେ ଭୋଟର ଆଇଡି କାର୍ଡ ଡାଉନଲୋଡ କରି ମତଦାତା ନିଜ କାର୍ଡ ତାଙ୍କ ମୋବାଇଲ ଫୋନରେ ଷ୍ଟୋର କରି ରଖି ପାରିବେ । ଏହାକୁ ଆପଣ ଡିଜିଲକରରେ ଅପଲୋଡ କରିପାରିବେ କିମ୍ବା ପ୍ରିଣ୍ଟ କରି ଲାମିନେଟ ମଧ୍ୟ କରିପାରିବେ । ତେବେ ଆସନ୍ତୁ କିଭଳି ଡାଉନଲୋଡ କରିବେ ଭୋଟର ଆଇଡିକାର୍ଡ ।
– ପ୍ରଥମେ ଆପଣ www.nvsp.in ୱେବସାଇଟକୁ ଯାଆନ୍ତୁ ଏବଂ ଡାଉନଲୋଡ ‘ଇ-ଏପିକ’ କାର୍ଡରେ କ୍ଲିକ କରନ୍ତୁ ।
– ଏହାପରେ ନୂତନ ୟୁଜର୍ସ ରୂପେ ଲଗଇନ୍ ବା ରେଜିଷ୍ଟର କରନ୍ତୁ ।
– ଏହାପରେ ଇ-ଏପିକ ଡାଉନଲୋଡ ଉପରେ କ୍ଲିକ କରନ୍ତୁ ।
– ଏଥିରେ ଏପିକ ନଂ ବା ଫର୍ମ ରେଫରେନ୍ସ ନଂ ଦିଅନ୍ତୁ ।
– ପୁଣି ରେଜିଷ୍ଟର ହୋଇଥିବା ମୋବାଇଲ ନଂ କୁ ଯାଇଥିବା ଓଟିପି ଏଥିରେ ଦିଅନ୍ତୁ ।
– ଶେଷରେ ଇ-ଏପିକରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ଡିଜିଟାଲ ଭୋଟର ଆଇଡି ଆପଣଙ୍କ ଫୋନରେ ଡାଉନଲୋଡ ହୋଇଯିବ ।