ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ହେଲା ସହଜ । ଆଉ ବାର୍ ବାର୍ ସରକାରୀ ଅଫିସର ଚକ୍କର କାଟିବାକୁ ପଡିବନାହିଁ । ଆଜ୍ଞା ହଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ମୋଟର ଯାନ ନିୟମ ୧୯୮୯ ରେ ସଂଶୋଧନ କରାଯାଇଛି । ଏହାପରେ ଏଣିକି ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ସହଜ ହୋଇଯାଇଛି । ଲାଇସେନ୍ସ କରିବା ପାଇଁ ଏଣିକି ଆଉ ଅନେକ ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ ନାହିଁ । କେବଳ ଆଧାରକାର୍ଡ ଜରିଆରେ ଅନଲାଇନ୍ ମାଧ୍ୟମରେ ତିଆରି କରି ହେବ ଲାଇସେନ୍ସ । ଏହି ଆଧାରକାର୍ଡ ଜରିଆରେ କେବଳ ଅନଲାଇନ୍ ଡ୍ରାଇଭିଙ୍ଗ ଲାଇସେନ୍ସ କରିପାରିବେ ତାହାନୁହେଁ ବରଂ ଏହାଦ୍ୱାରା ଲାଇସେନ୍ସର ରିନ୍ୟୁଆଲ, ରେଜିଷ୍ଟ୍ରେସନ ଆଦି ହୋଇପାରିବ । ସେହିପରି ଆପଣ ଆପଣଙକ ସମସ୍ତ ଡକ୍ୟୁମେଣ୍ଟ ସରକାରୀ ୱେବପୋର୍ଟାଲରେ ସାଇତିକି ରଖି ପାରିବେ ।
ଗତ ବର୍ଷ ଅକ୍ଟୋବର ମାସରେ କରାଯାଇଥିବା ନିୟମ ଅନୁସାରେ ଏଣିକି ଆପଣଙ୍କୁ ଆପଣଙ୍କ ଗାଡି କାଗଜପତ୍ର ତଥା ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଡକ୍ୟୁମେଣ୍ଟଓ, ଫିଟନେସ୍ ସାର୍ଟିଫିକେଟ, ପରମିଟ୍ସ ଭଳି ଡକ୍ୟୁମେଣ୍ଟ କୁ ସାଥିରେ ରଖିବାକୁ ପଡିବ ନାହିଁ । କାରଣ ଆପଣ ଟ୍ରାଫିକ ପୋଲିସକୁ ଡିଜିଟାଲ କପି ଦେଖାଇପାରିବେ ।
ସେହିପରି ଆପଣ ଏବେ ଆପଣଙ୍କ ଗାଡି କାଗଜପତ୍ରକୁ ସରକାରୀ ପୋର୍ଟାଲ ରେ ସେଭ କରି ରଖିପାରିବେ । ଏବଂ ସେହି ଡକ୍ୟୁମେଣ୍ଟସର ଡିଜିଟାଲ କପି ଦେଖାଇ ଆପଣଙ୍କ କାମ କରି ପାରିବେ ।