ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ଦେଶରେ କରୋନା ମହାମାରୀ ନେଇ କିପର ରକ୍ଷା ପାଇବେ ଏନେଇ ସରକାର ସଚେତନ କରାଉଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଉଛି । ଲକଡାଉନ୍ ଲାଗୁ ହେବାଠାରୁ କରୋନା ଭୂତାଣୁକୁ ନେଇ ଲୋକଙ୍କୁ ସଚେତନ କରାଇବା ପାଇଁ କଲର ଟ୍ୟୁନ୍ ଶୁଣିବାକୁ ମିଳୁଛି।
ଅମିତାଭ ବଚ୍ଚନଙ୍କ ସ୍ବରରେ ଶୁଣିବାକୁ ମିଳିଥିବା କଲର ଟ୍ୟୁନ୍ ହଟାଇବା ପାଇଁ ଦାବି ହୋଇଛି। ଅଧିକାଂଶ ଲୋକ ଏହି କଲର ଟ୍ୟୁନରେ ବିରକ୍ତ ମଧ୍ୟ ହୋଇଯାଉଛନ୍ତି । ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାୟର କରାଯାଇଛି ।
ଏହାକୁ ନେଇ ଅମିତାଭ କହିଛନ୍ତି ମୁଁ ଦେଶ ପ୍ରାନ୍ତ ଏବଂ ସମାଜ ପାଇଁ ଯାହା କିଛି କରୁଛି ତାହା ସମ୍ପୂର୍ଣ୍ଣ ଭାବେ ନିଷ୍ପଳ ।ଯଦି ଆପଣଙ୍କୁ କଷ୍ଟ ହେଉଛି ସେଥିପାଇଁ ମୁଁ ଦୁଃଖିତ ।ଏଭଳି ସ୍ଥିତିରେ ଆମର କର୍ତ୍ତବ୍ୟ ହେଉଛି ସତର୍କ ରହିବା ।କରୋନାଠାରୁ ବର୍ତ୍ତିବା ପାଇଁ ଜରୁରୀ, ନିୟମିତ ରୂପେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ପରସ୍ପର ମଧ୍ୟରେ ଉପଯୁକ୍ତ ଦୂରତା ବଜାୟ ରଖିବା