ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ଶୋପିୟାଂ ଏବଂ ପୁଲୱାମା ଜିଲ୍ଲାରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଦୁଇ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । ଏଥିରେ ଶୋପିୟାଂରେ ପାଞ୍ଚ ଜଣ ଏବଂ ପଲୱାମାର ପମ୍ପରୋରେ ତିନି ଜଣ ଆତଙ୍କି ନିହତ ହୋଇଛନ୍ତି । ଦକ୍ଷୀଣ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟ ପରେ ଧାର୍ମିକ ସ୍ଥଳରେ ଲୁଚି ଥିବା ଦୁଇ ଆତଙ୍କବାଦି ନିହତ ହୋଇଛନ୍ତି ।
ପୋଲିସ ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି କି, ଆତଙ୍କବାଦିଙ୍କ ଗୁଇନ୍ଦା ସୁଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଏବଂ ଜମ୍ମୁ କଶ୍ମୀର ପୋଲିସର ବିଶେଷ ଅଭିଯାନ ସମୂହ ପମ୍ପରୋର ମିଗ ଗାଁରେ ରବିବାର ସକାଳୁ ଖୋଜିବା ଅଭିଯାନ ଆରମ୍ଭ କରିଦେଇଥିଲେ । ଯେତେବେଳେ ସୁରକ୍ଷାକର୍ମୀ ଗାଁରୁ ବାହାରକୁ ବାହାରିବାର ରାସ୍ତାକୁ ସିଲ୍ କରି ଅନ୍ୟ ଏକ ଅଞ୍ଚଳକୁ ଯାଉଥିଲେ ସେହି ସମୟରେ ଲୁଚିକି ରହିଥିବା କିଛି ଆତଙ୍କବାଦି ଗୁଳି ମାରିବା ଆରମ୍ଭ କରି ଦେଇଥିଲେ । ଏହାର କଡା ଜବାବ ଦେଇଥିଲେ ଭାରତୀୟ ସୁରକ୍ଷା କର୍ମୀ ।