ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଥମୁନି କରୋନା ପ୍ରକୋପ । ରାଜ୍ୟରେ ଆଜି ପୁଣି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮ ଜଣ ଖୋର୍ଦ୍ଧା ଜିଲ୍ଲାର ରହିଥିବା ବେଳେ ସେଥିରୁ ୭ ଜଣ ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ସେହି ୭ ଜଣ ଆକ୍ରାନ୍ତଙ୍କୁ ଏବେ କୋଭିଡ୧୯ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ସାରିଛି । ସେମାନଙ୍କ ମଧ୍ୟରୁ ୪ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
Update on newly detected & cured #COVID19 cases in the last 24 hrs under the BMC area on 19 Jun 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/etPbiWkjfI— BMC (@bmcbbsr) June 19, 2020
ତେବେ ଆସନ୍ତୁ ନଜର ପକାଇବା ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତଥ୍ୟ ଉପରେ
– ରେଲୱେ ଷ୍ଟାଫର ୪ ଜଣ ଆକାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ୩୮ ବର୍ଷିୟ ପୁରୁଷ, ୩୦ ବର୍ଷିୟ ପୁରୁଷ, ୩୪ ବର୍ଷିୟ ପୁରୁଷ ଏବଂ ୩୧ ବର୍ଷିୟ ପୁରୁଷ ରହିଛନ୍ତି । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଲ୍ଲୀ ରହିଛି ।
– ୨ ଟି କେସ୍ ଡୁମୁଡୁମା ଏଚବି କଲୋନିରୁ ଚିହ୍ନଟ ହୋଇଛି । ଗୋଟିଏ ପରିବାରର ଜଣେ ୪୫ ବର୍ଷିୟ ମହିଳା ଏବଂ ୧୦ ବର୍ଷିୟ ବାଳକ । ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରି ଗଞ୍ଜାମ ରହିଛି ।
– ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଜଣେ ୩୧ ବର୍ଷିୟ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଏବେ ଭୁବନେଶ୍ୱରରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫କୁ ଛୁଇଁଛି । ସେମାନଙ୍କ ମଧ୍ୟରୁ ୮୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୭୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ହୋଇଛି ।