ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଫର୍ଜରି ଭୋଟର ସାବଧାନ! ଆଉ ଦେଇ ହେବନି ମିଛ ଭୋଟ! ଅଧାର କାର୍ଡ ସହ ହେବ ଭୋଟ ପରିଚୟ ପତ୍ରର ସଂଯୋଗ! ନିର୍ବାଚନ ବେଳେ ସବୁବେଳେ ଗୋଟିଏ କଥା ଶୁଣିବାକୁ ମିଳୁଛି ଫର୍ଜରି ଭୋଟ । ଯାହା ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧୀଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ତେବେ ଏଥିରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗ ଆଇନ ବିଭାଗକୁ ଚିଠି ଲେଖିଛି । ଭୋଟ ପରିଚୟ ପତ୍ର ସହିତ ଆଧାର କାର୍ଡ ସଂଯୋଗ କରିବାକୁ ନିର୍ବାଚନ ଆୟୋଗ ଚିଠିରେ ଉଲ୍ଲେଖ କରିଛି ।
ସୂଚନା ଅନୁସାରେ ମିଛ ଭୋଟ ପରିଚୟ ପତ୍ର ଉପରେ ରୋକ ଲଗାଇବା ପାଇଁ ନିର୍ବାଚନ ଆୟୋଗ ଭୋଟ ପରିଚୟ ପତ୍ର ସହିତ ଆଧାର କାର୍ଡ ସଂଯୋଗ କରିବାକୁ ଚାହୁଁଛି । ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ନିର୍ବାଚନ ଆୟୋଗ ମଧ୍ୟ ଏନେଇ ଆଇନ ବିଭାଗକୁ ପତ୍ର ମାଧ୍ୟମରେ ନିବେଦନ କରିଥିଲା । ମାତ୍ର ଉକ୍ତ ସମୟରେ ଆଧାର କାର୍ଡ ପ୍ରସଙ୍ଗ ସୁପ୍ରିମ କୋର୍ଟରେ ବିଚାଧୀନ ଥିବାରୁ ସରକାର ଏହାକୁ ଏଡାଇ ଦେଇଥିଲେ । ମାତ୍ର ପୁଣି ନିର୍ବାଚନ ଆୟୋଗ ଏହି ପ୍ରସଙ୍ଗକୁ ଦୋହରାଇଛି ।
ସୂଚନାଯୋଗ୍ୟ ନିର୍ବାଚନ ସମୟରେ ବିରୋଧୀ ଦଳ କଂଗ୍ରେସ ଭୋଟ ଗ୍ରହଣରେ ଅନୀୟମିତତା ନେଇ ଅଭିଯୋଗ ଆଣିଥିଲା ତେବେ ଏହାକୁ ନେଇ ବିଜେପି ଓକିଲ ଅଶ୍ୱିନୀ ଉପାଧ୍ୟୟ ଦିଲ୍ଲୀ ହାଇକୋର୍ଟରେ ଅପିଲ କରିଥିଲେ ଭୋଟ ପରିଚୟ ପତ୍ର ସହିତ ଆଧାର କାର୍ଡ ସଂଯୋଗ କରିବା ପାଇଁ । ଏହି ଯାଚିକାରେ ଉଲ୍ଲେଖ ରହିଥିଲା ଫର୍ଜରି ଭୋଟକୁ ରୋକିବା ପାଇଁ ଆଧାର କାର୍ଡ ସଂଯୋଗ କରିବା ପାଇଁ ଆବେଦନ କରିଥିଲେ ।