ଜାମ୍ମୁକାଶ୍ମୀର ( ଏଟିଆର ବ୍ୟୁରୋ): ଗତକାଲି ସାରା ଦେଶ ପାଳନ କଲା କାର୍ଗିଲର ବିଜୟ ଦିବସର ୨୦ ବର୍ଷ । ଏହି ଅବସରରେ ପୁରା ଦେଶ ସହିଦ ଯବାନଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳୀ । ଅନ୍ୟପଟେ ଆଜି ପୁଣି ଜଣେ ଯବାନଙ୍କୁ ସହିଦ ହେବାକୁ ପଡିଛି ଆତଙ୍କୀ ହମଲାରେ । ଆଜି ଜାମ୍ମୁକାଶ୍ମୀରର କୁପୱାଡାରେ ଘଟିଛି ଏହି ଅଘଟଣ । ସୂଚନା ଅନୁସାରେ ପାକିସ୍ତାନୀ ସେନା ଶ୍ରୀନଗର ପୁପୱାଡା ର ମାଛିଲ ସେକ୍ଟର ରେ ଅସ୍ତ୍ର ବରତି ଉଲ୍ଲଘଂନ କରିଛନ୍ତି । ପାକିସ୍ତାନୀ ସେନା ଅଚାନକ ଆଜି ନିୟନ୍ତ୍ର ରେଖା ନିକଟରେ ଗୁଳି ବର୍ଷା ଆରମ୍ଭ କରି ଦେଇଥିଲେ । ଯାହା ଫଳରେ ଜଣେ ଭାରତୀୟ ଜବାନ ଗୁରୁତର ଆହତ ହୋଇଥିଲେ ।
ତାଙ୍କୁ ହସପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜାମ୍ମୁକାଶ୍ମୀରର ସୋପିଆଁ ଜିଲ୍ଲାରେ ସୁରକ୍ଷା ବଳ ଏବଂ ଆତଙ୍କ ବାଦୀଙ୍କ ମଧ୍ୟରେ ଭୀଷଣ ଗୁଳି ବର୍ଷା ହୋଇଥିବା ଜଣା ପଡିଛି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଦକ୍ଷ ୀଣ କାଶ୍ମୀର ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ।
ଯାହାକୁ ଭି୍ତି କରି ସୁରକ୍ଷାବଳ ଘେରା ବନ୍ଦୀ କରିବା ସହିତ ତଲାସୀ କାର୍ଯଁ ଆରମ୍ଭ କରିଥିଲେ । ଏହି ତଲାସୀ ଚାଲିଥିବା ବେଳେ ହଠାତ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷା ଆରମ୍ଭ କରି ଦେଇଥିଲେ । ଯାହାର ଜବାବରେ ଭାରତୀୟ ସେନା ମଧ୍ୟ ପାଲଟା ଜବାବ ଦେଇଥିଲେ । ତେବେ କେହି ଆତଙ୍କବାଦୀଙ୍କର ମୃତାହତ ହୋଇଥିବା ସୂଚନା ମିଳି ପାରି ନାହିଁ ।